ହିମାଚଳ ମୁଖ୍ୟମନ୍ତ୍ରୀ ବାଛିବେ ପ୍ରିୟଙ୍କା

Spread the love

ସିମଲା: ହିମାଚଳ ଫଳାଫଳ ବାହାରିବାର ଆଜି ତୃତୀୟ ଦିନ। କିନ୍ତୁ ଏଯାଏଁ ତୁଟିନି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ। ଏହି ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ଓ ପୁତ୍ର ଧାଡିରେ ଥିବା ବେଳେ ଦଳର ଏକାଧିକ ବରିଷ୍ଠ ମଧ୍ୟ ରହିଛନ୍ତି। ତେବେ ଏହାକୁ ନେଇ ସମସ୍ତଙ୍କ ନଜର ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏହି ନିଷ୍ପତ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନେବା ଜଣାପଡିଛି।

ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ବିଧାୟକଙ୍କ ବୈଠକ ବସିଥିଲେ ମଧ୍ୟ କୌଣସି ନିର୍ଯାସ ବାହାରି ପାରିନଥିଲା।  କାରଣ ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ପ୍ରତିଭା ସିଂହ, ସୁଖବିନ୍ଦର ସିଂହ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ ରହିଛନ୍ତି। ହେଲେ ଏବେ ହିମାଚଳ ବିଧାନସଭା ନିର୍ବାଚନରେ କଂଗ୍ରେସ ମଙ୍ଗ ସମ୍ଭାଳି ଦଳକୁ ଜିତାଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ପ୍ରିୟଙ୍କା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସାଙ୍ଗରେ ଧରି  ହିମାଚଳ ପ୍ରଦେଶରେ ପ୍ରଚାର କରିଥିଲେ। ସେ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ବିଜେପିର ସମସ୍ତ ରଣନୀତିକୁ ଦେଇଥିଲେ ମାତ। ତାଙ୍କ ରଣନୀତି ଯୋଗୁ କଂଗ୍ରେସ ହିମାଚଳରେ ଜିତିଥିବା ଅନେକ ବରିଷ୍ଠ ନେତା ମତ ରଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚୂଡାନ୍ତ ନିଷ୍ପତ୍ତି ପ୍ରିୟଙ୍କା ହିଁ ନେବେ ବୋଲି ଅନେକ କହିଛନ୍ତି।

Leave a Reply

Your email address will not be published. Required fields are marked *