ମହିଳାଙ୍କ ପୋଷାକକୁ ନେଇ ମନ୍ତବ୍ୟ ପରେ ବିବାଦରେ ରାମଦେବ

Spread the love

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରାମଦେବ ବାବା। ମହିଳାଙ୍କ ପୋଷାକକୁ ନେଇ ମନ୍ତବ୍ୟ ଦେଇ ବିବାଦକୁ ଟାଣିହୋଇ ଆସିଛନ୍ତି  ଯୋଗଗୁରୁ ରାମଦେବ। ସୋସିଆଲ ମିଡିଆରେ ତାଙ୍କ ମନ୍ତବ୍ୟକୁ ନେଇ ସେ ବେଶ  ଟ୍ରୋଲ ହେବାରେ ଲାଗିଛନ୍ତି। ସବୁ ବେଳେ ସେ କିଛି ନାଁ କିଛି ମନ୍ତବ୍ୟ ପାଇଁ  ଚର୍ଚ୍ଚାର କେନ୍ଦ୍ର ପାଲିଟି ଥିବା ବେଳେ ପୁଣି ପାଇଁ ମନ୍ତବ୍ୟ ତାଙ୍କୁ ଅକଳରେ ପକାଇ ଦେଇଛି।

ଶୁକ୍ରବାର ଦିନ ମହାରାଷ୍ଟ୍ରର ଥାନେରେ ଏକ ଯୋଗ ପୋଗ୍ରାମରେ ରାମଦେବ ବାବା ମହିଳାଙ୍କ ପୋଷାକ ଏବଂ  ତାଙ୍କ ଲୁକକୁ ନେଇ କମେଣ୍ଟ କରିଛନ୍ତି। ସେ କହିଛନ୍ତି ମହିଳା ମାନେ ଶାଢି ଏବଂ ଶାଲୱାର ସୁଟରେ ସୁନ୍ଦର ଦେଖାଯାନ୍ତି। କିନ୍ତୁ ମୋ ଆଖିକୁ, ସେମାନେ  ବିନା ବସ୍ତ୍ରରେ ସୁନ୍ଦର ଦେଖାଯାନ୍ତି। ରାମଦେବ ବାବାଙ୍କ ଏହି ବୟାନକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି।

ତେବେ ସୂଚନା ଅନୁଯାୟୀ ରାମଦେବ ବାବାଙ୍କ ଏହି ପୋଗ୍ରାମରେ  ମହାରାଷ୍ଟ୍ର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମ୍ରିତା,ଏକନାଥ ସିନ୍ଧେଙ୍କ ପୁଅ ଏବଂ  ଏମପି ଶ୍ରୀକାନ୍ତ ସିନ୍ଦେଙ୍କ ଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *