ଆବାସ ଯୋଜନାରେ ମଗାଯାଉଛି ଲାଞ୍ଚ

Spread the love

ଚୌଦ୍ବାର: ” ଆବାସ ଯୋଜନା “ରେ ମହା ଘୋଟାଲା । ” ଆବାସ ଯୋଜନା “ରେ ନାଁ ସାମିଲ ହୋଇବି ହୋଇପାରିନି ଘର । ପକ୍କା ଘର ପାଇଁ ମଗାଯାଉଛି ଲାଞ୍ଚ । ପୌର ଅଫିସକୁ ବାରମ୍ବାର ଦୌଡିଲେ ବି କୌଣସି ସୁଫଳ ମିଳୁନି । ପକ୍କା ଘର ପାଇଁ ଲାଞ୍ଚ ମଗାଯାଉଥିବା ବେଳେ ପୌର ଅଫିସକୁ ବାରମ୍ବାର ଦୌଡିଲା ପରେ ବି କୌଣସି ସୁଫଳ ମିଳୁନି । ଚୌଦ୍ୱାର ପୌରପାଳିକା ୯ ନମ୍ୱର୍ ୱାର୍ଡରୁ ଏପରି ସାଂଘାତିକ ଅଭିଯୋଗ ଆସୁଛି।

ଚୌଦ୍ୱାର ପୌରପାଳିକା ୯ ନମ୍ୱର୍ ୱାର୍ଡ ବେଉରା ସାହିରେ ଥିବା ସଂଯୁକ୍ତା ବାସ କରନ୍ତି । ସଂଯୁକ୍ତା ବେହେରା ଓ ତାଙ୍କ ସ୍ୱମୀ ପୂର୍ବରୁ ଚାଳ ଘରେ ରହୁଥିବାବେଳେ ୨୦୨୦ ମସିହାରେ ତାଙ୍କ ନାଁ ” ଆବାସ ଯୋଜନା “ରେ ଅନ୍ତର୍ଭୁକ୍ତ ହୋଇଥିଲା । ପରେ ସେ ଚାଳଘର ଭାଙ୍ଗି ପକ୍କା ଘର ପାଇଁ ଲେ ଆଉଟ୍ କାମ ଆରମ୍ଭ କରିଥିଲେ । ପୌର ଅଫିସରୁ ଲୋକ ଆସିଲେ ଘର କାମ ଦେଖିଲେ । ହେଲେ ଲାଞ୍ଚ ମାଗିଲେ । ଲାଞ୍ଚ ଦେଇ ନ ପାରିବାରୁ ଏପର୍ଯ୍ୟନ୍ତ ହୋଇପାରୁନି ଘର କାମ । ବାରମ୍ବାର ପୌର ଅଫିସ ଦୌଡିଲେ ବି କୌଣସି ସୁଫଳ ମିଳୁନଥିବା କହିଛନ୍ତି ସଂଯୁକ୍ତା

ଘର ଭାଙ୍ଗିଯାଇଥିବାରୁ  ଏବେ ଗଛ ମୂଳେ ବିତୁଛି ସଂଯୁକ୍ତାଙ୍କ ଜୀବନ । ପ୍ରତିଶୃତି ମିଳୁଛି ହେଲେ କାମ ହେଉନି । ସଂଯୁକ୍ତାଙ୍କ ପରି ସାହିର ବାସନ୍ତୀ ବେହେରାଙ୍କ ମଧ୍ୟ ସମାନ ଅବସ୍ଥା। ଏନେଇ ପୌରନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି  ସଂଯୁକ୍ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପ୍ରମାଣ ମିଳିଲେ ଲାଞ୍ଚ ଖୋର୍ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ଅସହାୟ ସଂଯୁକ୍ତା ଓ ବାସନ୍ତୀ ବେହେରାଙ୍କୁ କେବେ ନ୍ୟାୟ ମିଳୁଛି ଆଉ ଲାଞ୍ଚ ଖୋର ଅଫିସରଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Leave a Reply

Your email address will not be published. Required fields are marked *