ଅମ୍ବାଜୀ ଦର୍ଶନ ପାଇଁ ଯିବାବେଳେ ଦୁର୍ଘଟଣା, ୬ ମୃତ

Spread the love

ଆରାବଳୀ: ଗୁଜୁରାଟର ଆରାବଳୀ ଜିଲ୍ଲାରେ ଏକ କାର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୭ ଜଣ ଆହତ ହୋଇଛନ୍ତି। ଆରବଳି ଜିଲ୍ଲାର ମାଲପୁରରେ ତୀର୍ଥଯାତ୍ରୀଙ୍କ ଉପରେ କାର ମାଡି ଯିବାକୁ ଏପରି ଅଘଟଣ ଶୁକ୍ରବାର ସକାଳୁ ଘଟିଛି। ଅମ୍ବାଜୀ ମନ୍ଦିରକୁ ଦର୍ଶନ ପାଇଁ କିଛି ତୀର୍ଥଯାତ୍ରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ପୁଲିସ ସୂଚନା ଦେଇଛି।

ଶୁକ୍ରବାର ସକାଳୁ ଆରାବଳୀର କ୍ରିଷ୍ଣାପୁର ପଟିଆ ନିକଟରେ କିଛି ଯାତ୍ରୀ ବନସ୍କଣ୍ଠ ଜିଲ୍ଲାର ଅମ୍ବାଜୀ ମନ୍ଦିରକୁ ଦର୍ଶନ ପାଇଁ ଚାଲି ଚାଲି ଯାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା କାରର ଡ୍ରାଇଭର ହଠାତ୍ କାର ଉପରୁ ନିୟନ୍ତ୍ରଣ ହରାଇବସିଥିଲେ, ଫଳରେ କାର ଲୋକଙ୍କ ଉପରେ ମାଡି ଯାଇଥିଲା।

ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସଙ୍ଗେ ସଙ୍ଗେ ମୋଡାସା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା  ଲେଖା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖା ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *