ତିହାଡ଼ ଜେଲ୍ ର ବାଥରୁମ୍ ରେ ପଡି ସତ୍ୟନ୍ଦ୍ର ଜୈନ ଆହତ, ଡିଡିୟୁ ହସ୍ପିଟାଲରେ ଭର୍ତି

Spread the love

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଆଜି ସକାଳେ ଜେଲ୍ ର ବାଥରୁମ୍ ରେ ପଡିଯାଇଛନ୍ତି । ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଛି । ଜେଲ୍ ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ନିମନ୍ତେ ଦିନଦୟାଲ ଉପାଧ୍ୟାୟ (ଡିଡିୟୁ) ହସ୍ପିଟାଲରେ ଭର୍ତି କରାଯାଇଛି । ସେ ତିହାଡ଼ ଜେଲ୍ ର ବାଥରୁମ୍ ରେ ପଡି ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ ପଡି ଯାଇଥିଲେ । ଏହା ପୂର୍ବରୁ ମଧ୍ୟ ସତ୍ୟନ୍ଦ୍ର ଜୈନ ବାଥରୁମ୍ ରେ ପଡି ଥିଲେ । ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।

ଏହା ପୂର୍ବରୁ ତାଙ୍କୁ ସୋମବାର ଦିନ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ନ୍ୟୁରୋସର୍ଜନଙ୍କୁ ଦେଖିଆ ଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଓଜନ ୩୫ କେଜି କମି ଯାଇଛି ।

ତିହାଡ଼ ଜେଲ୍ ର ମୁଖପାତ୍ର ଅରବିନ୍ଦ କୁମାର ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ଜେଲ୍ ହସ୍ପିଟାଲର ବାଥରୁମ୍ ରେ ଡା. ସତେନ୍ଦ୍ର ଜୈନଙ୍କ ପାଦ ଖସିଯିବାରେ ସେ ତଳେ ପଡି ଯାଇଥିଲେ । ତାଙ୍କ ପିଠି, ବାମ ଗୋଡ ଏବଂ କାନ୍ଧରେ ଯନ୍ତ୍ରଣା କାରଣରୁ ତାଙ୍କୁ ଡିଡିୟୁ ହସ୍ପିଟାଲକୁ ରେଫର୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *