ବିଚାରପତି ନିଯୁକ୍ତିରେ ସମୟିକ ବାତିଲ

Spread the love

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଓ ହାଇକୋର୍ଟର ବିଚାରପତି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ବୈଠକକୁ ବାତିଲ କରାଯାଇଛି। ନଭେମ୍ବର ମାସରେ ସିଜେଆଇ ଭାବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ବୈଠକ ହେବ। ସେପର୍ଯ୍ୟନ୍ତ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖାଗଲା। ଦୁଇ ବିଚାରପତିଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେବ।

ସିଜେଆଇ ଲଳିତ ସୁପ୍ରିମ କୋର୍ଟରେ ଚାରି ବିଚାରପତିଙ୍କ ନିଯୁକ୍ତି ପାଇଁ ବାକି ଚାରି ବିଚାରପତିଙ୍କୁ ଚିଠି କରିଥିଲେ। କଲେଜିୟମର ଦୁଇ ବିଚାରପତି ଏହାକୁ ନେଇ ଆପତ୍ତି ଉଠାଇଥିଲେ। ୯ ନଭେମ୍ବରକୁ ୫୦ ତମ ସିଜେଆଇ ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ଶପଥ ନେବା ପରେ ସୁପ୍ରିମ କୋର୍ଟ କଲେଜିୟମର ୱେବସାଇଟରେ ଏହି ସୂଚନା ଦିଆଯାଇଛି।

ମୋଟ ୧୦ ଜଣ ବିଚାରପତିଙ୍କ ନାମକୁ ନେଇ ବିଚାର ବିମର୍ଷ ହେବାକୁ ଥିଲା। କିନ୍ତୁ କେନ୍ଦ୍ର ଆଇନମନ୍ତ୍ରୀଙ୍କଠାରୁ ଏକ ଚିଠିରେ ଉଲ୍ଲେଖ କରାଗଲା କି ଏହି ବୈଠକକୁ କିଛି ଦିନ ପାଇଁ ଟାଲି ଦିଆଯାଉ। ତେଣୁ କଲେଜିୟମ ବୈଠକର ଆବଶ୍ୟକତା ନାହିଁ।

Leave a Reply

Your email address will not be published. Required fields are marked *