ଆଦାନୀ ମାମଲାର ସୁପ୍ରିମକୋର୍ଟରେ ଆସନ୍ତା କାଲି ଶୁଣାଣି

Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଆଦାନୀ ମାମଲାରେ ଶୁଣାଣି କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଦିନୀ ଗୃପର କମ୍ପାନୀଗୁଡିକ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟର ତଦନ୍ତ ଏକ କୋର୍ଟ ନିରୀକ୍ଷଣରେ କରିବାକୁ ନେଇ ଏକ ଯାଚିକା ଦାୟର ହୋଇଥିଲା। ଗୁରୁବାର ଓକିଲ ବିଶାଳ ତିୱାରୀ ଯାଚିକା ଦାୟର କରିବା ସହ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ।

 ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଦେଶର ଛବି ମଳିନ ହୋଇଛି।  ଏହି ପ୍ରସଙ୍ଗରେ ଏକ ଅଲଗା ଯାଚିକା ଫେବୃଆରୀ ୧୦ ତାରିଖରେ ଶୁଣାଣି ପାଇଁ ସୂଚିବଦ୍ଧ ହୋଇଛି। ଆସନ୍ତା କାଲି ମଧ୍ୟ ଏକ ସାମନ ଯାଚିକା ଦାୟର ହେବାକୁ ଯାଉଛି।  ତେଣୁ ଶୁକ୍ରବାର ଅଲଗା ଯାଚିକା ସହ ତିୱାରୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସେ ଖଣ୍ଡପୀଠଙ୍କୁ ଅପିଲ କରିଥିଲେ।

ତାଙ୍କ ପିଆଇଏଲରେ ତିୱାରୀ କୋର୍ଟଙ୍କୁ ବିଭିନ୍ନ ବଡ କର୍ପୋରେଟଗୁଡିକୁ ୫୦୦ କୋଟିରୁ ଅଧିକ  ଦିଆଯାଇଥିବା ଋଣର ତଦନ୍ତ କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ଓକିଲ ଏମଏଲ ଶର୍ମାଙ୍କ ଦ୍ବାରା ଏକ ସପ୍ତାହ ପୂର୍ବରୁ ସମାନ ମାମଲାରୁ ନେଇ ଏକ ଯାଚିକା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *