ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ।

Spread the love

() ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ। କର୍ଣ୍ଣାଟକର ହୁବଲିରେ ମୋଦିଙ୍କ ରୋଡ ସୋ ସମୟରେ ଜଣେ ଯୁବକ ସୁରକ୍ଷା ଘେରା ଭାଙ୍ଗି ଗାଡି ନିକଟରେ ପହଞ୍ଚିବା ସହ ଫୁଲ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ତୁରନ୍ତ ଯୁବକଙ୍କୁ କାବୁ କରି ସେଠାରୁ ଦୂରକୁ ନେଇ ଯାଇଥିଲେ। ତେବେ ଏହି ସୁରକ୍ଷା ବ୍ରିଚକୁ  ହୁବଲି ପୁଲିସ କମିଶନର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ବ୍ୟତିକ୍ରମ ହୋଇନାହିଁ।  ପ୍ରଧାନମନ୍ତ୍ରୀ ଚଳିତ ଯୁବା ମହୋତ୍ସବର ଉଦ୍‌ଘାଟନୀ ପାଇଁ ଆଜି ହୁବଲିରେ ପହଞ୍ଚିଛନ୍ତି। କିଛି ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଳିବ। ପ୍ରତିବର୍ଷ ଯୁବ ଉତ୍ସବର ପାଳନ କରାଯାଇ ଆସୁଛି।

Leave a Reply

Your email address will not be published. Required fields are marked *