ଅଭିବ୍ୟକ୍ତି ଅଧିକାର ଉପରେ ସୁପ୍ରିମକୋର୍ଟରେ ଶୁଣାଣି

Spread the love

ନୂଆଦିଲ୍ଲୀ: ରାଜ୍ୟ ବା କେନ୍ଦ୍ର ମନ୍ତ୍ରୀମାନଙ୍କ ବାକ୍ ଓ ଅଭିବ୍ୟକ୍ତି ସ୍ବାଧୀନତା ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ହେବ ଶୁଣାଣି। ନଭେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି ୫ ଜଣିଆ ସମ୍ବିଧାନିକ ପୀଠ କରିବେ।  ଜଷ୍ଟିସ ଏସ ଅବ୍ଦୁଲ ନଜୀର, ଜଷ୍ଟିସ ଭୂଷଣ ଆର ଗବଇ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବି ରାମ ସୁବ୍ରମଣ୍ୟମ ଓ ଜଷ୍ଟିସ ବି ଭି ନାଗରତ୍ନାଙ୍କ ସମ୍ବିଧାନିକ ଖଣ୍ଡପୀଠ ଶୁଣାଣି କାଳରେ କହିଛନ୍ତି, କେବେ କାହାର ଅଭିବ୍ୟକ୍ତିର ମୌଳିକ ଅଧିକାରକୁ କେଉଁ ସୀମା ମଧ୍ୟରେ ଅଙ୍କୁଶ ଲଗାଯିବ? ଏହି ବାବଦକୁ କୌଣସି ସାଧାରଣ ଆଦେଶ ଦିଆଯାଇ ନ ପାରେ। ଏହା ମାମଲା ଉପରେ ନିର୍ଭର କରେ।

ଜଷ୍ଟିସ ନାଗରତ୍ନା କହିଛନ୍ତି, ପୂର୍ବରୁ ଯେତେବେଳେ ସମ୍ବିଧାନରେ ଅଧିକାର ଓ କର୍ତ୍ତବ୍ୟକୁ ନେଇ ପ୍ରତିବନ୍ଧକର ବ୍ୟବସ୍ଥା ରହିଛି, ଏହା ପରେ ପୁଣି ଅଲଗା ନିଷେଦ୍ଧର କି ମାନେ? ବାସ୍ତବତା ହେଉଛି, ଆଟର୍ନି ଜେନେରାଲ କେ.କେ ବେଣୁଗୋପାଳ ମାମଲରା ଶୁଣାଣି ୪ଟି ପ୍ରଶ୍ନ ଉପରେ କରିବାକୁ କହିଥିଲେ। ପ୍ରଥମ, କଣ ଅଭିବ୍ୟକ୍ତି ଓ ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଯାଇ ପାରେ? ଯଦି ହଁ ତେବେ କେଉଁ ପର୍ଯ୍ୟନ୍ତ? ଯଦି ପ୍ରଶାସନିକ ବା ଶାସନରେ ନିଯୁକ୍ତ ଉଚ୍ଚ ପଦାଧିକାରୀ  କେହି ନିଜ ସ୍ବାଧୀନତାର ଦୁପଯୋଗ କରନ୍ତି ତ କିପରି ଅଙ୍କୁଶ ଲଗାଇବା କିପରି ସମ୍ଭବ ହେବ?

ଏବେ ସମ୍ବିଧାନିକ ପୀଠ ସ୍ଥିର କରିବେ, ଅଭିବ୍ୟକ୍ତି ସ୍ବତନ୍ତ୍ରତା ନାମରେ କୌଣସି ଅପରାଧିକ ମାମଲାରେ ସରକାରରେ ଥିବା ମନ୍ତ୍ରୀ ବା ଜନପ୍ରତିନିଧି ଆଇନ ବିରୋଧରେ କିଛି ବୟାନ ଦେଇ ପାରିବେ କି ନାହିଁ। ୨୦୧୭ରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ବେଞ୍ଚ ମାମଲାକୁ ସମ୍ବିଧାନିକ ପୀଠକୁ ପଠାଇବାକୁ ସୁପାରିଶ କରିଥିଲେ।

ସୂଚନା ଯୋଗ୍ୟ, ବୁଲନ୍ଦ ସହରର ଏକ ଗଣଦୁଷ୍କର୍ମ ମାମଲାରେ ଆଜମ ଖାନଙ୍କ ବିବାଦୀୟ ବୟାନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରୁଛନ୍ତି। ଏହାକୁ ଆଜମ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *