Spread the love
ଦେଶରେ ଔଷଧର ଏକକ ମାନକ ହେବା ଆବଶ୍ୟକ
() ଶୁକ୍ରବାର ଚେନ୍ନାଇ ବେସ ଗ୍ଲୋବାଲ ଫାର୍ମା ହେଲ୍ଥକେୟାରର ଆଇ ଡ୍ରପ ଦ୍ବାରା ୫୫ ନକାରାତ୍ମକ ରିପୋର୍ଟକୁ ନେଇ ପ୍ରଶ୍ନ କରିବାରୁ ଭାରତ ବାୟୋଟେକର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ କ୍ରିଷ୍ଣା ଏଲ୍ଲା କହିଛନ୍ତି ଦେଶରେ ଔଷଧର ଏକକ ମାନକ ହେବା ଆବଶ୍ୟକ। ତେଣୁ ସମସ୍ତ ରାଜ୍ୟର ଡ୍ରଗ୍ସ ରେଗୁଲେଟୋରୀ ସଂସ୍ଥା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେନ ଅଧୀନକୁ ଆସବା ଦରକାର। ଏହା ଦ୍ବାରା ଔଷଧ କ୍ଷେତ୍ରରେ ଏକକ ମାନକ ରକ୍ଷା କରାଯାଇପାରିବ। ଫଳରେ ଏହି ସମସ୍ୟାର ସମାଧାନ ହୋଇପାରିବ। ହେଲେ ଏଥିପାଇଁ ଏକ ରାଜନୈତିକ ଆଲୋଚନା ଓ ପ୍ରତିଶ୍ରୁତିବଦ୍ଧତାର ଆବଶ୍ୟକତା ରହିଛି। ୱିସକନ୍ସିନ ବିଶ୍ବବିଦ୍ୟାଳୟ ମେଡିସନ ଗ୍ଲୋବାଲ ହେଲ୍ଥ ଇନଷ୍ଟିଚ୍ୟୁଟ ଓ ଏଲ୍ଲା ଫାଉଣ୍ଟେସନ ଦିଲ୍ଲୀ ମଧ୍ୟରେ ବେଙ୍ଗାଲୁରୁରେ ପ୍ରଥମ ମିଳିତ ହେଲ୍ଥ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ହୋଇଥିବା ଏକ ଚୁକ୍ତିନାମା ସ୍ବାକ୍ଷାର କାଳରେ ସେ ଏହି ପ୍ରସ୍ତାବ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ କି, ଭାରତୀୟ ଆଇଡ୍ରପ ବ୍ୟବହାର ଦ୍ବାରା ଆଖିରେ ସଂକ୍ରମଣ ହେଉଥିବା ବେଳେ ଏହା ଦ୍ବାରା ଅନ୍ଧତ୍ବ ଓ ଜୀବନହାନିର ଆଶଙ୍କା ଥିବା ଏଫଡିଏ ଚେତାଇ ଦେଇଛି। ସେହିପରି ଏହା ପୂର୍ବରୁ ଭାରତୀୟ କଫ ସିରଫ ବ୍ୟବହାର ପାଇଁ ଜାମ୍ବିଆ, ଉଗାଣ୍ଡା ପରି ଅନେକ ଦେଶରେ ବହୁ ଲୋକଙ୍କ ଜୀବନ ହାନୀ ଘଟିଥିଲା।  

Leave a Reply

Your email address will not be published. Required fields are marked *