ଅହମ୍ମଦନଗର ଜିଲ୍ଲାର ଶେବଗାଂଓରେ ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ : ୫୦ ଜଣ ପୋଲିସ ହେପାଜତରେ

ମୁମ୍ବାଇ : ଅହମ୍ମଦନଗର ଜିଲ୍ଲାର ଶେବଗାଂଓରେ ରବିବାର ରାତିରେ ଛତ୍ରପତି ସଂଭାଜୀ ମହାରାଜ ଜୟନ୍ତୀ ଜୁଲୁସ ସମୟରେ ଦୁଇ ଗୋଷ୍ଠି ପରସ୍ପରକୁ ପଥର ଫିଙ୍ଗି ଥିଲେ । ଫଳରେ ଏଥିରେ ୪ ଜଣ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ସେଠାରେ ଲାଠିଚାଳନା କରାଯାଇଥିଲା । ସୋମବାର ମାମଲାରେ ପ୍ରାୟ ୫୦ ଜଣଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ବିବାଦକୁ ରାଜନୀତି ପ୍ରାୟୋଜିତ ଦଙ୍ଗା ବୋଲି କହିବା ସହ ଅହମ୍ମଦନଗରରେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କୌଣସି ଦଙ୍ଗାକାରୀକୁ ଛଡାଯିବ ନାହିଁ । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *