କାହିଁକି ପରୀକ୍ଷା ହଲରେ ଛାତ୍ରୀଙ୍କ ଗହଣରେ ଅଚେତ ହେଲେ ଛାତ୍ର?

Spread the love

() ପରୀକ୍ଷା ଦେଲା ବେଳେ ଅଚାନକ ଅଚେତ ହୋଇଗଲେ ପରୀକ୍ଷାର୍ଥୀ। ଆଉ ଅଚେତ ହେବା ପଛର କାରଣ ଜାଣିଲେ ଯେ କେହି ତାଜୁବ୍ ହୋଇଯିବ। ବୋର୍ଡ ପରୀକ୍ଷାରେ ୫ଶହ ଝିଅଙ୍କ ଗହଣରେ ଏକାକୀ ପରୀକ୍ଷା ଦେଇଥିବାରୁ କୁଆଡ଼େ ଛାତ୍ର ଜଣକ ଅଚେତ ହୋଇଥିବା ଖବରକୁ ନେଇ ସବୁଠି ଚର୍ଚ୍ଚା।

ଫେବୃଆରୀରୁ ବିହାର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ବି ପିଲାଏ ଯାଇ ପରୀକ୍ଷା ଦେଉଛନ୍ତି। କିନ୍ତୁ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି, ଯାହା ସଭିଙ୍କୁ ତାଜୁବ୍ କରୁଛି। ନାଳନ୍ଦାର ଜଣେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ହିଁ ବେହୋସ ହୋଇପଡ଼ିଥିଲେ। ଆଉ କୁଆଡ଼େ ଅଚେତ ହେବା ପଛର କାରଣ ହେଉଛନ୍ତି ଝିଅ ପରୀକ୍ଷାର୍ଥୀ। ମନୀଷ ଶଙ୍କର ନାମକ ଛାତ୍ର ଯେତେବେଳେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଯାଇଥିଲେ, ଦେଖିଲେ ଯେ, ସେଣ୍ଟରରେ ସେ ଏକମାତ୍ର ପୁଅ ପରୀକ୍ଷାର୍ଥୀ। ସେଣ୍ଟରରେ ୫ଶହ ଝିଅ ପରୀକ୍ଷାର୍ଥୀ ଥିଲେ। ଯାହାକୁ ଦେଖି ସେ ବେହୋସ ହୋଇପଡ଼ିଥିଲେ। ମନୀଷଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏତେ ଝିଅଙ୍କ ଗହଣରେ ଏକମାତ୍ର ପୁଅ ପରୀକ୍ଷାର୍ଥୀ ହୋଇଥିବାରୁ ମନୀଷ ହତୋତ୍ସାହ ହୋଇଯାଇଥିଲେ।

କୁହାଯାଉଛି କି, ଫର୍ମ ଫିଲଅପ ବେଳେ ମନୀଷ ଭୁଲରେ ନିଜ ଲିଙ୍ଗ ପୁରୁଷ ବଦଳରେ ଝିଅ ବୋଲି ଉଲ୍ଲେଖ କରିଦେଇଥିଲେ। ଆଉ ଏହି କାରଣରୁ ମନୀଷଙ୍କ ପରୀକ୍ଷାକେନ୍ଦ୍ର ବ୍ରିଲିଆଣ୍ଟ୍ କନଭେଣ୍ଟ ସ୍କୁଲରେ ପଡ଼ିଥିଲା। କାରଣ ଏହି ସ୍କୁଲକୁ ସ୍ୱତନ୍ତ୍ର ଭାବେ ଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ଭାବେ ବୋର୍ଡ ସ୍ୱୀକୃତି ଦେଇଥିଲା। ମନୀଷଙ୍କ ଏହି ଅବସ୍ଥା ପରେ ବୋର୍ଡ କର୍ତ୍ତୃପକ୍ଷ ତାଙ୍କୁ ଅଲଗା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି। ମନୀଷ ଅଲାମା ଇକବାଲ କଲେଜର ଛାତ୍ର ଅଟନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *