ଜେଲରେ କାନ୍ଦୁଛି ମହାଠକ ସୁକେଶ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲି ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଏକ ଭିଡିଓ ସାମ୍ନାକୁ ଆସିଛି। ଜେଲରେ ସୁକେଶକୁ କିପରି ବହୁମୂଲ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ତାହା ଦେଖିବାକୁ ମିଳିଛି ଏହି ଭିଡିଓରେ। ତେବେ ୩ ମିନିଟର ଏହି ଭିଡିଓରେ ପ୍ରଥମେ ସୁକେଶ କାନ୍ଦୁଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏକ ଚଢାଉ ବେଳେ ସୁକେଶ ସେଲର ଖାନତଲାସି କରି ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ ଅଧିକାରୀ। ସୁକେଶ ନିକଟରୁ ଦେଢ ଲକ୍ଷର ଚପଲ, ୮୦ ହଜାରର ଦୁଇ ଜିନ୍ସ ମିଳିଛି। ରେଡରେ ସାମିଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି, ସୁକେଶର ସିସିଟିଭି ଫୁଟେଜ କିପରି ଲିକ ହେଲା ଜେଲ କର୍ତ୍ତୃପକ୍ଷ ତାର ତଦନ୍ତ କରିବେ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଅଧିକାରୀ ସୁକେଶର ସେଲରେ ପହଞ୍ଚିଥିଲେ। ସିଆରପିଏଫ ଯବାନ ମଧ୍ୟ ରେଡରେ ସାମିଲ ଥିଲେ। ସେମାନେ ସୁକେଶର ଜିନିଷ ଉଠାଇ ନେଇଥିଲେ। ସୁକେଶ ଗୋଟିଏ କୋଣରେ  ଠିଆହୋଇ କାନ୍ଦୁଥିଲା।

ତେବେ ଏହା ପୂର୍ବରୁ ଦିଲ୍ଲୀ ରୋହିଣୀ ଜେଲରେ ଥିବା ବେଳେ ସୁକେଶ ଅଲଗା ବାରାକ ଓ ମୋବାଇଲ ଫୋନ ବ୍ୟବହାର କରିବାକୁ ଅଧିକାରୀଙ୍କୁ ମାସିକ ୧.୫ କୋଟି ଲାଞ୍ଚ ଦେଉଥିଲା। ଏହି ମାମଲାରେ ଗତ ଜୁଲାଇରେ ଜେଲର ୮୨ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଇଡବ୍ଲୁଓ ଏଫଆଇଆର ଦାୟର କରିଥିଲା। କେତେଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୁକେଶ ଏବେ ମନି ଲେଣ୍ଡରି ମାମଲାରେ ଜେଲରେ ଅଛି।

Leave a Reply

Your email address will not be published. Required fields are marked *