ସୁଖବୀନ୍ଦର ହେବେ ହିମାଚଳ ମୁଖ୍ୟମନ୍ତ୍ରୀ

Spread the love

ସିମଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବ। ତିନି ଦିନ ଧରି ଏହାକୁ ନେଇ ଚାଲିଥିବା ଟଣା ଓଟରା ଭିତରେ ସୁଖବୀନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ ହୋଇଥିବା କୁହାଯାଉଛି।  ଯଦିଓ ଏହାକୁ ନେଇ କୌଣସି ଘୋଷଣା ହୋଇ ନାହିଁ ତେବେ ଏଏନଆଇ ସୂତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସୁଛି।

ହିମାଳଚ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦର ହୋଇଛି ଅନ୍ତ। କଂଗ୍ରେସ ହାଇକମାଣ୍ଡ ସୁଖବୀନ୍ଦର ସିଂହ ସୁଖୁଙ୍କ ନାମରେ ମୋହର ମାରିଥିବା କୁହାଯାଉଛି। ସଂଧ୍ୟା ସୁଦ୍ଧା ନାମ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ତେବେ ଏନେଇ ସୁଖୁଙ୍କୁ ପଚରା ଯିବାରୁ ସେ ଏସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

ସେ କହିଛନ୍ତି, ୫ଟାରେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକ ପାଇଁ ସେ ଯାଉଥିବା ବେଳେ କାହାକୁ ଏହି ପଦ ପାଇଁ ଚୟନ କରାଯାଇଛି ସେ ତାହା ଜାଣନ୍ତି ନାହିଁ। ତେବେ ମୁଖ୍ୟ ମନ୍ତ୍ରୀ ଦୌଡରୁ ଶନିବାର ମଧ୍ୟାହ୍ନରେ ପ୍ରତିଭାଙ୍କୁ ବାଦ ଦିଆଯାଇଥିବା ସୂଚନା ଥିଲା। ପରେ ସୁଖୁଙ୍କୁ ଚୟନ କରାଯାଇଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *