ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦିନକୁ ଦିନ ଶ୍ରୀଲଙ୍କାର ସ୍ଥିତି ବିଗିଡିବାରେ ଲାଗିଛି । ପେଟ୍ରୋଲ୍ ଓ ଡିଜେଲ ଦରଦାମ ବୃଦ୍ଧି ନେଇ ଚିନ୍ତାରେ ଜନସାଧାରଣ। ଖାଉଟିଙ୍କ ଉପରେ ଏବେ ମହଙ୍ଗା ମାଡ ହୋଇଛି। ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସର ଇନ୍ଧନ ଗ୍ୟାସ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛି ।ଦେଶରେ ଇନ୍ଧନ ଅଭାବ ମଧ୍ୟରେ ୪ ଦିନ ଧରି ପେଟ୍ରୋଲ ପମ୍ପ ଆଗରେ ଲମ୍ୱା ଧାଡିରେ ଠିଆ ହୋଇ ରହିଛନ୍ତି ଯାତ୍ରୀମାନେ । ଏନେଇ କଲୋମ୍ୱରେ ସ୍କୁଲ ବନ୍ଦ ଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି।ବର୍ତ୍ତମାନ ଦେଶ ପ୍ରତିଦିନ ନୂଆ ନୂଆ ସମସ୍ୟାର ସାମ୍ନା କରୁଛି। ବୈଦେଶିକ ମୁଦ୍ରାର ତୀବ୍ର ଅଭାବ ହେତୁ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ଜିନିଷ ଆମଦାନୀ କରିବାରେ ଅସର୍ମଥ ହେଉଛି । ଏହି କାରଣରୁ ଇନ୍ଧନ ସଙ୍କଟ ଆହୁରି ଗଭୀର ହୋଇଛି ଏବଂ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି।
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୫୦ ଟଙ୍କାକୁ ବୃଦ୍ଧି ହୋଇଛି ଏବଂ ଡିଜେଲ ଲିଟର ପିଛା ୬୦ ଟଙ୍କାକୁ ବୃଦ୍ଧି ହୋଇଛି। ଗତ ୨ ମାସରେ ତୃତୀୟ ଥର ପାଇଁ ଶ୍ରୀଲଙ୍କାରେ ଇନ୍ଧନ ଦାମ୍ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ପେଟ୍ରୋଲ ଦାମ୍ ଲିଟର ପିଛା ୪୭୦ ଟଙ୍କା ଓ ଡିଜେଲ ଲିଟର ପିଛା ୪୬୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଶ୍ରୀଲଙ୍କା ଏବେ ଋଷରୁ ତେଲ କିଣିବାକୁ ଯୋଜନା କରୁଛି । ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ରବିବାରେ କହିଛନ୍ତିଯେ, ଦେଶ ଏବେ ଋଷରୁ ତେଲ କିଣିବା ନେଇ ବିକଳ୍ପ ଖୋଜୁଛି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now