କକର୍ଟ ପୀଡିତ ବାଘ କିଷନର ମୃତ୍ୟୁ

Spread the love

ଲକ୍ଷ୍ନୌ: ଲକ୍ଷ୍ନୌର ନବାବ ୱାଜିଦ ଅଲି ସାହ ଜୁଲୋଜିକାଲ ପାର୍କରେ କର୍କଟ ରୋଗରେ ପୀଡିତ ବାଘ କିଷନର ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳୁ ବାଘଟି ମୃତ୍ୟୁବରଣ କରିଥିବା ଜୁଲୋଜିକାଲ ପାର୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବାଘ କିଷନ ୧୩ ବର୍ଷ ପୂର୍ବେ ଦୁଧୱା ନାସନାଲ ପାର୍କ ନିଟବର୍ତ୍ତୀ ଅଞ୍ଚଳରେ ଜନବସତି ପାଇଁ ବିପଦ ହୋଇ ଠିଆ ହୋଇଥିଲା। ତେଣୁ  କିଷନପୁର ବ୍ୟଘ୍ର ସଂରକ୍ଷିତ ଜଙ୍ଗଲରୁ ମାର୍ଚ୍ଚ ୨୦୦୯ରେ ଏହି ଚିଡିଆଖାନାକୁ ଅଣାଯାଇଥିଲା।

ଏହି ଚିଡିଆଖାନାରେ କିଷନର କାନ ଓ ମୁହଁରେ ହେମାନଞ୍ଜିଓସାରକୋମା ନାମକ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଏହି ରୋଗ କାରଣରୁ କିଷନ ଜଙ୍ଗଲରେ ପଶୁ ଶିକାର କରିବାର କ୍ଷମତା ହରାଇଥିଲା। ତେଣୁ ଜୀବନ ଧାରଣ ପାଇଁ ସେ ମଣିଷ ମାରି ଖାଉଥିଲା।

କିନ୍ତୁ ପରେ ଏହି ସଂକ୍ରମଣ କକର୍ଟରେ ପରିଣତ ହୋଇଥିଲା।  ସେଠାରେ ତାର ସମସ୍ତ ଚିକିତ୍ସା ଚାଲିଥିବା ବେଳେ କିନ୍ତୁ କିଛି ଦିନ ହେବ କିଷାନ ଖାଦ୍ୟ ଗ୍ରହଣ କରୁ ନ ଥିଲା ଓ ତାର ଚଳ ପ୍ରଚଳ ମଧ୍ୟ ବନ୍ଦ କରି ଦେଇଥିଲା। ଶୁକ୍ରବାର ସକାଳେ କିଷାନ ଆଖି ବୁଜିଦେଇଥିଲା। ଏସମ୍ପର୍କରେ ଚିଡିଆଖାନା ନିର୍ଦ୍ଦେଶକ ଭି କେ ମିଶ୍ରା କୁହନ୍ତି, କିଷାନର ମୃତ୍ୟୁକୁ ନେଇ ଚିଡିଆଖାନା କର୍ମକର୍ତ୍ତାଙ୍କ ମଧ୍ୟରେ ଶୋକର ଲହରି ଖେଳି ଯାଇଛି। କର୍ମଚାରୀମାନେ କିଷାନକୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାର ଶେଷ କୃତ ସମ୍ପନ୍ନ କରିଛନ୍ତି।

ଏବେ ଚିଡିଆଖାନା କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିରେ ରହିଛି କଜରୀ ନାମକ ବାଘୁଣୀ। ଏହି ବାଘୁଣୀଟି ବୁଢି ହୋଇ ଗଲାଣି। ସେ ଯଦିଓ ସାଧାରଣ ଖାଦ୍ୟ ଗ୍ରହଣ କରୁଛି, କିନ୍ତୁ ତାର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ଶୀତରୁ କଜରୀକୁ ରକ୍ଷା କରିବାକୁ  ସମସ୍ତ ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *