ବିବାଦରେ ସୋର ସବଜେଲର

ବାଲେଶ୍ୱର: ସୋର ସବଜେଲର ପିଛାଛାଡୁନି ବିବାଦ। ଆଜି ଜଣେ ବିଚାରାଧିନ କୟେଦୀ ଫେରାର। ବାଲେଶ୍ୱର ଜିଲ୍ଲା ସୋର ସବଜେଲର ପିଛା ଛାଡ଼ୁନି ବିବାଦ। ବିଭିନ୍ନ ସମୟରେ ସୋର ସବଜେଲରେ ବିଭିନ୍ନ ଅନିୟମିତତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଜେଲ ବାହାରେ କାମ କରୁଥିଲା ବେଳେ ସୁଯୋଗ ଦେଖି ଚମ୍ପଟ ମାରିଛି କୟେଦୀ। ଜେଲର ଭାବେ ପ୍ରିୟମ୍ବତା ପଣ୍ଡା ଆସିବାପରେ କିଛିଦିନ ତଳେ ଜେଲରେ କଏଦୀ ମାଡ଼ ମରା ଘଟଣା, ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ, ଜଣେ କଏଦୀ ପାଇଖାନାରେ ଆତ୍ମହତ୍ୟା ଘଟଣା, ଜେଲ ଭିତରେ ମୋବାଇଲ ଜବଦ ଘଟଣାରେ ସୋର ଜେଲ ଚର୍ଚ୍ଚାରେ ରହିଆସିଛି। ଉଚ୍ଚ କତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେଇ ଆବଶ୍ୟକ ତଦନ୍ତ କରି ,ଦାୟୀ କର୍ମଚାରୀ ମାନଙ୍କୁ ଦଣ୍ଡିତ କରିବାର ଆବଶ୍ୟକତା ରହିଛି।। ଅନ୍ୟପଟେ ଜେଲର ସମେତ ଜେଲ କର୍ମଚାରୀ ମାନେ ଫେରାର କୟେଦୀକୁ ଧରିବାପାଇଁ ଏବେବି ଖୋଜାଖୋଜି ଜାରି ରଖିଛନ୍ତି। ଏ ବିଷୟରେ ଜେଲର ପ୍ରିୟମ୍ବତା ପଣ୍ଡାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *