ସ୍ତ୍ରୀ ଅଦଳ ବଦଳକୁ ନେଇ ଚର୍ଚ୍ଚା

Spread the love

ବିହାର: ପ୍ରତିଶୋଧ ନେବା ପାଇଁ ନିଜ ସ୍ତ୍ରୀଙ୍କ ପ୍ରେମିକର ସ୍ତ୍ରୀକୁ ବିବାହ କଲେ ବ୍ୟକ୍ତି । ଏପରି ଖବରକୁ ନେଇ ଚାଲିଛି ଚର୍ଚ୍ଚା। ବିହାରର ଖାଗରିଆ ଜିଲ୍ଲା ଚଉତ୍ତମ ବ୍ଲକ ର ହାର୍ଡିଆ ଗ୍ରାମରୁ ଆସିଛି ଏମିତି ଖବର ।  ଜଣେ ସ୍ତ୍ରୀ ବିବାହର ଦୀର୍ଘ  ବର୍ଷ ପରେ ନିଜ ପ୍ରେମିକ ସହ ଚାଲିଯିବାରୁ ସ୍ୱାମୀ ଜଣକ ନିଜ ଆଶା ହରାଇଥିଲେ । ପରେ କିନ୍ତୁ ସ୍ତ୍ରୀଙ୍କ ପ୍ରେମିକଙ୍କ ପତ୍ନୀଙ୍କୁ ପ୍ରତିଶୋଧ ପରାୟଣ ହୋଇ ବିବାହ କରିଛନ୍ତି।   

ମିଳିଥିବା ସୂଚନା ଅନୁଯାୟୀ ନୀରଜ ଏବଂ ରୁବି 2009ରେ ବିବାହ କରିଥିଲେ ଏବଂ ସେମାନଙ୍କର ଚାରି ସନ୍ତାନ ମଧ୍ୟ ଥିଲା । କିନ୍ତୁ 2023 ଫେବୃଆରୀ ମାସରେ ରୁବି ତାଙ୍କ ପୂର୍ବତନ ପ୍ରେମିକ ମୁକେଶ ସହ ଲୁଚି ପଳାଇଯାଇଥିଲେ। ଏହା ପରେ ନୀରଜ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ତ୍ରୀଙ୍କ ପାଶରା ଗ୍ରାମର ମୁକେଶ ସହ ପ୍ରେମ ସମ୍ପର୍କ ବିବାହ ପୂର୍ବରୁ ଥିଲା। ସେମାନଙ୍କ ବିବାହ ପରେ ମୁକେଶ ମଧ୍ୟ ରୁବି ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଓ ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି।

ଏ ସମ୍ୱନ୍ଧରେ ଜାଣି ନୀରଜ ପାଶରା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ କିଛି ସୁଫଳ ମିଳି ନ ଥିଲା । ଏହାକୁ ନେଇ ନୀରଜ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ମୋ ସ୍ତ୍ରୀକୁ ତୁ ନେଇଛୁ ତ ତୋ ସ୍ତ୍ରୀକୁ ମୁଁ ନେବି ଏହି ନ୍ୟାୟରେ ମୁକେଶଙ୍କ ସ୍ତ୍ରୀ ରୁବି ସହ ସମ୍ପର୍କ ସ୍ଥାପନ କରିଥିଲେ ଓ ପରେ ସେମାନେ ମଧ୍ୟ ଏକ ମନ୍ଦିରରେ ବିବାହ କରିଥିଲେ । ବିବାହ ପରି ଅନୁଷ୍ଠାନରେ  ଏହି ଅଭିନବ ପ୍ରତିଶୋଧ ନୂଆ ବୋଲି ସାଧାରଣ ଜନତାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ନୀରଜର ଘର ଲୋକ ମଧ୍ୟ ଦ୍ବିତୀୟ ରୁବିକୁ ନିଜ ବୋହୂ ହିସାବରେ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *