ଦିଲ୍ଲୀ କାଲକାଜିର ମହିଳା ଗୃହ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେମାନଙ୍କ ଘର ସ୍ୱପ୍ନ ସାକାର ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ କରି କହିଛନ୍ତି, ଯେ ସେ ଦିଲ୍ଲୀର କାଲକାଜି ଅଞ୍ଚଳରେ ‘ଯହାଁ ଝୁଗି ୱହିଁ ମକାନ୍‌’ ଯୋଜନାରେ  ପକ୍କା ଘର ଆବଣ୍ଟନ ଯୋଗୁଁ ଉପକୃତ ହୋଇଥିବା ହିତାଧିକାରୀ ତାଙ୍କ ନିକଟକୁ ପତ୍ର ଲେଖିଥିବାରୁ ସେ ଖୁସିରେ ଅଭିଭୂତ ହୋଇପଡ଼ିଛନ୍ତି ।

ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ସେମାନଙ୍କୁ ଭେଟିବାକୁ ଆସିଥିବାବେଳେ ମହିଳାମାନେ ତାଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ । ହିତାଧିକାରୀମାନେ ନିଜ ଖୁସି ବ୍ୟକ୍ତି କରିଥିଲେ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବା ଓ ଯୋଜନା ମାଧ୍ୟମରେ ସେମାନଙ୍କ ଜୀବନ ସହଜ କରିବା ଦିଗରେ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଗରିବଙ୍କ କଲ୍ୟାଣ ପାଇଁ କାମ ଜାରି ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

‘ଦିଲ୍ଲୀ କାଲକାଜିର ସେହି ମା’ ଏବଂ ଭଉଣୀମାନଙ୍କ ଚିଠି ପାଇ ଅଭିଭୂତ ହୋଇଛି । ‘ଯହାଁ ଝୁଗି ୱହିଁ ମକାନ୍‌’ ଯୋଜନାରେ ପକ୍କା ଘର ମିଳିଛି । ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ସେଠାକୁ ଯିବା ପରେ ମହିଳାମାନେ ଏହି ଚିଠି ତାଙ୍କୁ ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ସେମାନଙ୍କ ଖୁସି ଜାହିର କରିଛନ୍ତି । ସେମାନେ କହିଛନ୍ତି ଯେ କିପରି ଏହି ଯୋଜନା ମାଧ୍ୟମରେ ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସାକାର ହୋଇଛି ଏବଂ ପୁରା ପରିବାରର ଜୀବନ ସହଜ ହୋଇଛି । ଚିଠି ପାଇଁ ବହୁତ ବହୁତ ଧନ୍ୟବାଦ । ଆମ ସରକାର ଗରିବଙ୍କ କଲ୍ୟାଣ ପାଇଁ ଏମିତି କାମ ଜାରି ରଖିବାକୁ ପ୍ରତିବଦ୍ଧ ।’

Leave a Reply

Your email address will not be published. Required fields are marked *