() ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତିହାର ଜେଲର ଯେଉଁ ସେଲରେ ରଖାଯାଇଛି, ସେହି ସେଲ୍ରେ ଜଘନ୍ୟ ଅପରାଧୀ ବି ରହୁଛନ୍ତି। ଏଭଳି ଅଭିଯୋଗ ଆଜି ସାମ୍ୱାଦିକ ସମ୍ମିଳନୀ କରି ଆଣିଛନ୍ତି ଆମ୍ ଆଦମୀ ଦଳର ମୁଖପାତ୍ର ତଥା ବିଧାୟକ ସୌରଭ ଭରଦ୍ୱାଜ୍। କେନ୍ଦ୍ରର ଷଡ଼ଯନ୍ତ୍ରକୁ ପଦାରେ ପକାଇବାକୁ ହୋଲିରେ ଏଭଳି ସାମ୍ୱାଦିକ ସମ୍ମିଳନୀ କରିବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ସୌରଭ।
ତିହାର ଜେଲର ଏକ ନମ୍ୱର ସେଲ୍, ଯେଉଁଠି ବିଚାରାଧୀନ ବନ୍ଦୀଙ୍କୁ ରଖିବାର ପ୍ରାବଧାନ ନାହିଁ। ସେଠି ଜଘନ୍ୟ ଅପରାଧୀ ଓ ହତ୍ୟାକାରୀଙ୍କ ସହ ସିସୋଦିଆଙ୍କୁ ରଖାଯାଇଛି। ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦୀ ହୋଇଥିବାରୁ ଆଉ ଏମସିଡିରେ ପରାଜୟର ପ୍ରତିଶୋଧ ନେବାକୁ ପ୍ରଧାନମନ୍ତ୍ରୀ ଏମିତି ପ୍ରତିଶୋଧ ନେଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୌରଭ।
ସିସୋଦିଆଙ୍କୁ ମାରିବାକୁ ଚକ୍ରାନ୍ତ ଚାଲିଛି। ସେପଟେ ସୌରଭଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ। ସିସୋଦିଆ ରହୁଥିବା ସେଲରେ କୌଣସି ଗ୍ୟାଙ୍ଗଷ୍ଟର ନାହାନ୍ତି। ଆଉ ଜେଲରେ ରହୁଥିବା ଅନ୍ତେବାସୀଙ୍କ ଆଚରଣ ବି ଉତ୍ତମ। ସିସୋଦିଆଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯାଇଛି। ଜେଲ୍ ରୁଲ୍ସ ଅନୁସାରେ ସବୁ କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now