ବସ୍ ରେ ୭ ଘଣ୍ଟା ଲକ୍ ରହିଥିଲା ୬ ବର୍ଷର ଛାତ୍ର!

୬ ବର୍ଷର ପିଲା ୭ ଘଣ୍ଟା ଧରି ଗାଏବ। ୟୁକେଜିର ଛାତ୍ର ଘରକୁ ନ ଫେରିବାରୁ ବାପା ମାଆଙ୍କ ଅବସ୍ଥା କହିଲେ ନସରେ। କୁଆଡ଼େ ଗଲା ପିଲା ବୋଲି ଚିନ୍ତା ବଢ଼ିବା ସହ କାନ୍ଦବୋବାଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଘରେ। ଶେଷରେ ସ୍କୁଲ ବସ୍ ଭିତରେ ତାକୁ ଅଚେତ ଅବସ୍ଥାରେ ଠାବ କରିଥିଲେ ପରିବାର ଲୋକେ। କାରଣ ସ୍କୁଲ ବସ୍ ପ୍ରାୟ ୨୫ କିଲୋମିଟର ଦୁର୍ଗମ ଏରିଆକୁ ଚାଲିଯାଇଥିଲା। ଆଉ ଭିତରେ ଲକ୍ ଅବସ୍ଥାରେ ବିନା ଖାଇବା ପିଇବାରେ ଶୋଇ ପଡ଼ିଥିଲା ପିଲାଟି। ନୋଏଡାର ଆମିଟି ଇଣ୍ଟରନାସନାଲ ସ୍କୁଲରେ ୟୁକେଜିରେ ପଢ଼ୁଛି ପିଲାଟି। ଅପରାହ୍ନରେ ପିଲାଟିକୁ ଖୋଜି ଖୋଜି ପହଞ୍ଚିଥିଲେ ପରିବାର। ସ୍କୁଲ ଅଧ୍ୟକ୍ଷା ରେଣୁ ସିଂ କହିଛନ୍ତି, ଗାଡ଼ି ବଦଳରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା। ଏହାର ସମୀକ୍ଷା ହେବ। କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହାର ଛାନଭିନ୍ ହେବ। ପୁଲିସ ବି ଏ ମାମଲାର ତଦନ୍ତ କରୁଛି। ବସରେ ଶୋଇପଡ଼ିବା କାରଣରୁ ଡ୍ରାଇଭର ଓ କଣ୍ଡକ୍ଟର ତାକୁ ନ ଦେଖି ବସକୁ ୨୫ କିଲୋମିଟର ଦୂର ୟାର୍ଡରେ ଛିଡ଼ା କରିଥିଲେ। ବସଷ୍ଟପକୁ ପିଲାକୁ ନେବାକୁ ମାଆ ଯାଇଥିଲେ। ହେଲେ ବସରେ ନ ପାଇ ସ୍କୁଲକୁ ଯାଇ ପଚାରିବାକୁ ସ୍କୁଲ କର୍ତ୍ତୃପକ୍ଷ କହିଲେ, ପିଲାଟି ଆଜି ଦିନ ଯାକ ସ୍କୁଲ ଆସିନି। ଏହା ଶୁଣିବା ମାତ୍ରେ ମାଆଙ୍କର ହୋସ୍ ଉଡ଼ିଗଲା। ସେ ନିଜେ ପୁଅକୁ ସ୍କୁଲ ବସରେ ପଠାଇଥିଲେ। ଏ ଖବର ସାମ୍ନାକୁ ଆସିବା ମାତ୍ରେ ଚାରିଆଡ଼େ ହଡ଼କମ୍ପ ଖେଳିଯାଇଥିଲା। ସମସ୍ତେ ମିଶି ପିଲାକୁ ଖୋଜିବାକୁ ଲାଗିଲେ। ଶେଷରେ ପିଲାଟି ବସରେ ଶୋଇପଡ଼ିଥିବା ଅବସ୍ଥାରେ ଠାବ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *