୫୭ ବର୍ଷ ବୟସରେ ପିତା ହେବେ ଅରବାଜ୍ ଖାନ୍!

ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ୍‌ ଖାନ୍ ପୁଣି ବାପା ହେବାକୁ ଯାଉଛନ୍ତି। ତାଙ୍କର ଦ୍ୱିତୀୟ ପତ୍ନୀ ତଥା ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ନେଇ ନୂଆ ଗସିପ୍ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆରେ। ଦୁହିଁଙ୍କର ସନ୍ତାନ ହେବାକୁ ଯାଉଛି ବୋଲି ଅନେକ ଅନୁମାନ ଲଗାଇଲେଣି। ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରୁ କେହି ମଧ୍ୟ ଏ ବିଷୟରେ କୌଣସି ଆଧିକାରିକ ଘୋଷଣା କରିନାହାନ୍ତି। ତେବେ ଏ ଅନୁମାନ ପଛରେ ଅନେକ କାରଣ ରହିଛି।ଏପ୍ରିଲ୍ ୧୫, ୨୦୨୫ ରେ ଅରବାଜ୍ ଓ ଶୁରାଙ୍କୁ ଏକ ମହିଳା ଚିକିତ୍ସାଳୟ ବାହାରେ ଦେଖାଯାଇଥିଲା, ଯାହା ପରେ ଗର୍ଭାବସ୍ଥା ବିଷୟରେ ଗସିପ୍ ଆରମ୍ଭ ହୋଇଥିଲା। ଚଳିତ ମାସରେ ମୁମ୍ବାଇରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଢିଲା କପଡ଼ାରେ ଥିଲେ ସୁରା। ନିଜର ବେବି ବମ୍ପ ଯଥାସମ୍ଭବ ଲୁଚାଇବାକୁ ଚେଷ୍ଟା କରିଥିଲେ। ପବ୍ଲିକ ଆପିଏରାନ୍ସରେ ଏ ଭିଡ଼ିଓ ଭାଇରାଲ ପରେ ଫ୍ୟାନ୍ସ ତାଙ୍କ ଗର୍ଭାବସ୍ଥା ଉପରେ ଅନୁମାନ କରୁଛନ୍ତି। ତାଙ୍କର ଅନେକ ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଠାରେ ଫ୍ୟାନ୍ସ ଶୁରାଙ୍କ ଲୁକ୍ ଉପରେ ମନ୍ତବ୍ୟ ଦେଇଛନ୍ତି। ଅରବାଜ୍ ଖାନ୍ ୫୭ ବର୍ଷ ବୟସରେ ଶୁରାଙ୍କୁ ୨୦୨୩ ଡିସେମ୍ବରରେ ବିବାହ କରିଥିଲେ। ତାଙ୍କ ପୂର୍ବ ପତ୍ନୀ ମଲାଇକା ଅରୋରାଙ୍କ ସହିତ ତାଙ୍କର ଏକ ପୁଅ ଅଛି – ଅରହାନ୍, ଯାହାଙ୍କ ବୟସ୍ ୨୨ ବର୍ଷ।

ଏପର୍ଯ୍ୟନ୍ତ ଅରବାଜ୍ ଖାନ୍ କିମ୍ବା ଶୁରା ଖାନ୍ ଦ୍ୱାରା ଗର୍ଭଧାରଣ ବା ପିଲା ନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ଏହା ମାନେ ଗୋଟିଏ ଅନୁମାନ ମାତ୍ର ଓ ଆଗାମୀ ଦିନରେ ତାଙ୍କ ପକ୍ଷରୁ କିଛି ଘୋଷଣା ଆସିପାରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *