ମୋବାଇଲ ଟେଣ୍ଟରେ ଚାଲିଲେ ବରଯାତ୍ରୀ। ପ୍ରବଳ ଖରାରୁ ବର୍ତ୍ତିବାକୁ ଇନ୍ଦୋରର ଖଜରାନାରେ ବରପକ୍ଷର ଏମିତି ଏକ ଆୟୋଜନକୁ ଦେଖି ସମସ୍ତେ ତାଜୁବ। ପଟେଲ ପରିବାର ବରଯାତ୍ରୀଙ୍କ ଲାଗି ଖାସ୍ ଆୟୋଜନ କରିଥିଲେ। ପ୍ରବଳ ଖରା ଓ ଗରମ ପବନରୁ ଅତିଥିଙ୍କୁ ଆଶ୍ୱସ୍ତ କରିବାକୁ ଚଳନ୍ତା ଟେଣ୍ଟର ଆୟୋଜନ କରିଥିଲେ ବର ପକ୍ଷ। ଟେଣ୍ଟ୍ ପୁରା ରାସ୍ତାରେ ବରଯାତ୍ରୀଙ୍କ ସହ ଚାଲିଥିଲା। ଏଥିରେ ବରଯାତ୍ରୀ ଖରା ମାଡ଼ରୁ ତ୍ରାହି ପାଇଥିଲେ। ବର ବି ଏହି ଚଳନ୍ତା ଟେଣ୍ଟ୍ ଭିତରେ ଅତିଥି ଓ ବରଯାତ୍ରୀଙ୍କ ମଝିରେ ଘୋଡ଼ା ଉପରେ ବସି ଯାଇଥିଲେ। ଏ ଦୃଶ୍ୟ ବେଶ୍ ନିଆରା ଥିଲା। ଆଉ ଏଭଳି ଆୟୋଜନକୁ ନେଇ ସମସ୍ତେ ପ୍ରଶଂସା ବି କରିଥିଲେ। ଟେଣ୍ଟ୍ ଭିତରେ ଲୋକେ ପୁରା ମଉଜମସ୍ତିରେ ନାଚଗୀତରେ ମସଗୁଲ ହୋଇ କନ୍ୟା ଘରକୁ ଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡ଼ିଓ ଭାଇରାଲ ହୋଇଛି। ପଟେଲ ପରିବାରର ଏଭଳି ଭାବନାକୁ ୟୁଜର୍ସ ବି ଭୂରି ଭୂରି ପ୍ରଶଂସା କରିଛନ୍ତି। ତେବେ ଇନ୍ଦୋରରେ ଗରମରୁ ବର୍ତ୍ତିବାକୁ ଏଭଳି କିଛି ଆୟୋଜନ ପ୍ରଥମ ଥର ପାଇଁ ହୋଇନି। ଏହା ପୂର୍ବରୁ ଜଣେ ହୋଟେଲ ବ୍ୟବସାୟୀ ନିଜ ବିବାହରେ ବରଯାତ୍ରୀଙ୍କ ଲାଗି ଚଳନ୍ତା କୁଲର ଲଗାଇଥିଲେ। ଏସବୁ ଦୃଶ୍ୟ ଇନ୍ଦୋର କେବଳ ସବୁଠୁ ସଫେଇ ସହର ନୁହେଁ। ବରଂ ନୂଆ ଭାବନା ଓ ଆତିଥେୟତା ଲାଗି ବି ସବୁଠୁ ଆଗରେ ହୋଇପାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now