ଦୁଇ ପିଲାର ମାଆ ସେ। କିନ୍ତୁ ସ୍ୱାମୀ ସହ ସଂସାର କରିପାରିଲେନି। ଭଣଜାକୁ ପ୍ରେମ ବିବାହ କରିନେଲେ ମନ୍ଦିରରେ। ଆଉ ବିବାହର ଫଟୋ ସ୍ୱାମୀର ମୋବାଇଲକୁ ପଠାଇଦେଲେ। ଦୁଇ ଦିନ ତଳୁ ହିଁ ଦୁଇ ପିଲାଙ୍କୁ ସାଙ୍ଗରେ ନେଇଯାଇଥିଲେ ମହିଳା। ଆଉ ଏବେ ପୀଡ଼ିତ ସ୍ୱାମୀ ଶିବ କୁମାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାଙ୍କା ଜିଲ୍ଲାର ଅମରପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରୁ ଏ ମାମଲା ଆସିଛି। ମହିଳାଙ୍କ ନାଁ ପୁନମ କୁମାରୀ। ନିଜ ଭଣଜା ପ୍ରେମରେ ପଡ଼ିଯାଇଥିଲେ ପୁନମ। ଶିବ ଓ ପୁନମଙ୍କ ବିବାହ ୨୦୧୪ରେ ହୋଇଥିଲା। ବିବାହ ପରେ ୧୦ ବର୍ଷ ଓ ୮ ବର୍ଷର ଦୁଇ ପୁଅ ଅଛନ୍ତି। ଆରମ୍ଭରୁ ଦାମ୍ପତ୍ୟ ଜୀବନ ସ୍ୱାଭାବିକ ଥିଲା। କିନ୍ତୁ ପରେ ଏଥିରେ ପରିବର୍ତ୍ତନ ଆସିଥିଲା। ଶିବଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘରକୁ ଭିଣୋଇଙ୍କ ପୁତୁରା ଅଙ୍କିତ କୁମାର ଯିବାଆସିବା କରନ୍ତି। ଧୀରେ ଧୀରେ ପୁନମ ଓ ଅଙ୍କିତଙ୍କ ଭିତରେ ପ୍ରେମ ସମ୍ପର୍କ ବଢ଼ିଥିଲା। ଦୁଇ ଦିନ ପୂର୍ବରୁ ଅଚାନକ ଦୁଇ ପିଲାଙ୍କୁ ଧରି ପୁନମ ଗାଏବ ହୋଇଯାଇଥିଲା। ପତ୍ନୀ ଓ ପିଲାଙ୍କୁ ଖୋଜୁଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ତାଙ୍କ ମୋବାଇଲକୁ ଯେଉଁ ଫଟୋ ଆସିଲା, ତାକୁ ଦେଖି ତାଜୁବ୍ ହୋଇଗଲେ ଶିବୁ। ଅଙ୍କିତକୁ ପୁନମ ବିବାହ କରିସାରିଛନ୍ତି ବୋଲି ଫଟୋ ସହ ମେସେଜ୍ ଆସିଲା। ଶିବଙ୍କ କହିବା କଥା, ଅଙ୍କିତ ସମ୍ପର୍କରେ ତାଙ୍କର ଭଣଜା। ପୁନମଙ୍କୁ ବିବାହ କରି କେବଳ ପାରିବାରିକ ମାନ୍ୟତାକୁ କଳୁଷିତ କରିନାହାନ୍ତି, ବରଂ ସାମାଜିକ ପରମ୍ପରାର ବି ବଡ଼ ଉଲ୍ଲଂଘନ କରିଦେଲେ। ଦୁହେଁ ବିବାହ କରିବେ ବୋଲି ପୂର୍ବ ପ୍ରାୟୋଜିତ ଯୋଜନା ଥିଲା। ପୁନମ ତାଙ୍କ ସହ ବିଶ୍ୱାସଘାତ କରିଛନ୍ତି ବୋଲି ଆରୋପ ଲଦିଛନ୍ତି ଶିବ। ଏତଲା ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now