ତିଳକ ଲଗେଇବାକୁ ନେଇ ଅଭିଯୋଗ ଆଣିଲେ ଏୟାର ଇଣ୍ଡିଆର ମହିଳା କର୍ମଚାରୀ

ସାହାରନପୁରରେ ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା କର୍ମଚାରୀ ଚଞ୍ଚଳା ତ୍ୟାଗୀ ନିଜର ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଆରୋପ। ଚଞ୍ଚଳା ଧାର୍ମିକ ଭେଦଭାବର ଶୀକାର ହେଉଛନ୍ତି ନିଜର ସିନିଅର ଅଫିସର ମହଜବିନଙ୍କ ଦ୍ୱାରା। ପୁଲିସରେ ଏତଲା ଦେବାଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଯାଏ ଅଭିଯୋଗ ପତ୍ର ପଠାଇସାରିଲେଣି ଚଞ୍ଚଳା। ସୋସିଆଲ ମିଡିଆରେ ବି ଚଞ୍ଚଳା ବର୍ଷିଛନ୍ତି। ମୁସଲିମ କର୍ମଚାରୀଙ୍କୁ ଦିନରେ ୫ଥର ନମାଜ୍ ପଢ଼ିବାକୁ ଅନୁମତି ଦେଉଛନ୍ତି ସଂପୃକ୍ତ ଅଧିକାରୀ। କିନ୍ତୁ ସେ ତିଲକ ଲଗାଇ ଡ୍ୟୁଟିକୁ ଆସିଲେ ବାରଣ କରନ୍ତି। ଅଭିଯୋଗ କରିବାରୁ ତାଙ୍କ ପ୍ରତି ନିର୍ଯାତନା ଆରମ୍ଭ ହୋଇଯାଇଛି। ଏବେ ସ୍ଥିତି ଏତେ ଗମ୍ଭୀର ହୋଇଯାଇଛି ଯେ, ଚାକିରୀ ଛାଡିବା ଛଡ଼ା ତାଙ୍କ ପାଖରେ କୌଣସି ବିକଳ୍ପ ବାଟ ନାହିଁ।

ଦିଲ୍ଲୀ ପୁଲିସ କମିଶନରଙ୍କୁ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚଞ୍ଚଳା। ସେପଟେ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ମହଜବିନ୍। କମ୍ପାନୀରେ ସମସ୍ତ କର୍ମଚାରୀଙ୍କ ଲାଗି ସମାନ ଡ୍ରେସ୍ କୋଡ୍ ରହିଛି ଓ ସମସ୍ତଙ୍କ ଲାଗି ନିୟମ ବି ସମାନ। ଏୟାରଇଣ୍ଡିଆରେ ପ୍ରାୟ ଅଢ଼େଇ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି ଚଞ୍ଚଳା। ଏବେ ଚଞ୍ଚଳା ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରେ କାର୍ଯ୍ୟ କରୁଛନ୍ତି। କାମ ଆରମ୍ଭରୁ ସେ ସବୁବେଳେ ତିଳକ ଲଗାଇ ଆସୁଛନ୍ତି। କିନ୍ତୁ ସଂପୃକ୍ତ ମହିଳା ଅଧିକାରୀ ତାଙ୍କୁ ବାରଣ କରି ଏଭଳି ଆପତ୍ତି କରି ଧାର୍ମିକ ଭେଦଭାବ କରୁଛନ୍ତି ବୋଲି ଆରୋପ ଲଦିଛନ୍ତି ଚଞ୍ଚଳା। ପୁଲିସରେ ଅଭିଯୋଗ କରି କୌଣସି ସୁଫଳ ନ ମିଳିବାରୁ ସେ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହଯୋଗ କାମନା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *