ଆଗ ପଛ ହୋଇ ଆସୁଛି ୨ଟି ଲଘୁଚାପ

ଆଗ ପଛ ହୋଇ ଆସୁଛି ୨ଟି ଲଘୁଚାପ । ଏହା ପ୍ରଭାବରେ ବର୍ଷାର ପ୍ରକୋପ ବଢିବର ସମ୍ଭାବନା ରହିଛି । ବଙ୍ଗୋପସାଗରେ ଆସନ୍ତା ୧୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଉତ୍ତର ଓଡିଶାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ , ଗଜପତିରେ ବର୍ଷା ହେବା ସହ ବଜ୍ରପାତ ଆଶଙ୍କା ରହିଛି ।

ସେହିପରି ୧୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଯାହାକି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ୧୩ ତାରିଖ ଠାରୁ ବର୍ଷାର ପରିମାଣ ବଢିବ । କୋରାପୁଟ , ମାଲକାନଗିରି , ରାୟଗଡା , ଗଞ୍ଜାମ , ଗଜପତି, ଖୋର୍ଦ୍ଦା , ମୟୁରଭଞ୍ଜ , କେନ୍ଦୁଝର ରେ ପ୍ରବଳ ବର୍ଷା ହେବା ସମ୍ବାବନା ରହିଛି । ସେପଟେ ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ , ଗଜପତିରେ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *