୨ ଦିନ ପରେ ବଢିବ ବର୍ଷା

ବର୍ଷା ପାଗ ଜାରି ରହିଥିବା ବେଳେ ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା ଲାଗି ରହିବା ସହ ୧୧ ତାରିଖ ପରେ ଏହାର ପରିମାଣ ବଢିବାର ସମ୍ଭାବନା ରହିଛି । ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ ।ତେବେ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦୁଝର ୧୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୋଟ ଉପରେ ଜୁନ ୧ ରୁ ଆଜି ସୁଦ୍ଧା ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଚି । ବର୍ତ୍ତମାନ ସୁଦ୍ଧା ୨୮୫.୮ ମୀମୀ ବର୍ଷା ହେବା କଥା ମାତ୍ର ହେଇଚି ୨୧୦.୬ମିମୀ । ଯାହା ସ୍ୱାଭାବିକ ତୁଳନାରେ ୨୬ ପ୍ରତିଶତ କମ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।

ଆଜି ମାଲକାନଗିରି , କୋରାପୁଟ , ରାୟଗଡା , କନ୍ଧମାଳ ଓ ଗଜପତି ଜଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *