ମଣ୍ଡୁସ ମୁକାବିଲା ପାଇଁ ୫୦୦୦ ଥଇଥାନ ଶିବିର ଖୋଲିଛି ତାମିଲନାଡୁ

Spread the love

ଚେନ୍ନାଇ: ଚକ୍ରବାତୀ ତୋଫାନ ପ୍ରଭାବରେ ତାମିଲନାଡିର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟ ସରକାର ଆପତ୍ତା ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ମେଣ୍ଡୁସ ନାମକ ବାତ୍ୟାର ରୂପ ନେବାକୁ ଯାଉଛି। ଏହାର ପ୍ରଭାବ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳରେ ପଡିବ।

ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ଭିତରେ ବ୍ୟାପକ କ୍ଷୟକ୍ଷତିର ଆକଳନ କରାଯାଉଛି। ଲଘୁଚାପ ଅବପାତର ରୂପ ନେଇ ଆଗାମୀ ଦୁଇ ଦିନରେ ବତ୍ୟା ମଣ୍ଡୁସର ରୂପ ନେଇ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳରେ ରଚିବ ତାଣ୍ଡବ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଛି। ତାମିଲନାଡୁର ଉତ୍ତର ଉପକୂଳ ଜିଲ୍ଲାରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରାଜ୍ୟସରକାର କୌଣସି ବିତ୍ପତିକୁ ଟାଳିବାକୁ ସମସ୍ତ ପ୍ରସ୍ତୁତି କରିଛି। ସେପଟେ ବାତ୍ୟାର ଭୟାବତାକୁ ଦେଖି ସାବଧାନ ରହିଛି ପ୍ରଶାସନ। ସମସ୍ତ ରାଜ୍ୟର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ଜିଲ୍ଲାରେ ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛି।

ସ୍ଥିତିକୁ ଦେଖି ରାଜ୍ୟ ସରକାର ବାତ୍ୟା ସମ୍ଭାବିତ ଜିଲ୍ଲାଗୁଡିକରେ ୫ହଜାରରୁ ଅଧିକ ଥଇଥାନ ଶିବିର ଖୋଲିଛି। ଏହି ସବୁ ଶିବିରରେ ତଳୁଆ ଅଞ୍ଚଳରୁ ଲୋକଙ୍କୁ ଆଣି ଥଇଥାନ କରାଯିବ। ଶିବିରରେ ରହୁଥିବା ଲୋକଙ୍କୁ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ଷାର ପ୍ରଭାବ ଉପରେ ନଜର ରଖିବାକୁ  ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷ ବର୍ଷା ଓ ଏଥିରୁ ହେବାକୁ ଥିବା କ୍ଷୟକ୍ଷତି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *