ଭୁବନେଶ୍ୱର : ରଜ ସଂକ୍ରାନ୍ତିରେ ଜଳୁଛି ରାଜଧାନୀ । ଗତକାଲି ଉପକୂଳ ଓଡିଶାରେ ପାଗ ସାମାନ୍ୟ କୋହଲା ରହିଥିବା ବେଳେ ଗୁରୁବାର ନିଆଁବର୍ଷା ହେଉଛି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଦ୍ରତା ୪୫% ରେକର୍ଡ ହୋଇଛି । ଫଳରେ ରାଜଧାନୀବାସୀ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ସଂକ୍ରାନ୍ତି ଦିନ ଆରମ୍ଭରୁ ହିଁ ଖରାର ପ୍ରକୋପ ଦେଖିବାକୁ ମିଳିଥିଲା । ସକାଳ ୮.୩୦ ବେଳକୁ ଭୁବନେଶ୍ୱରରେ ତାପମାତ୍ରା ୩୨.୪ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୬୮% ରହିଥିଲା ।
ଅପରପକ୍ଷରେ ପଶ୍ଚିମ ତଥା ଉତର-ପଶ୍ଚିମ ଦିଗରୁ ଶୁଷ୍କ ଉତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
Naxatra News is now on Whatsapp
Join and get latest news update delivered to you via whatsapp
Join Now