ଚେନ୍ନାଇରେ ଜାରି ରହିଛି ପ୍ରବଳ ଝଡ଼ ବର୍ଷା। ଫଳରେ ଅନେକ ଜିଲ୍ଲାରେ ଜଳସ୍ତର ବଦ୍ଧି ପାଇଛି। ପ୍ରବଳରୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି।ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଆଜି ସ୍କୁଲ-କଲେଜ ଛୁଟି ରହିବ। ଏଥିସହ ଆଇଟି କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ଯାଏ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍।
ତାମିଲନାଡୁର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ହେବ ଦିନସାରା ବର୍ଷା ହେଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ୩୦୦ ବିଶେଷ ରୂପେ ପ୍ରଶିକ୍ଷିତ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ମ୍ୟୁନିସିପାଲଟି ଓ ଜରୁରୀକାଳିନ ସେବାକୁ ମଧ୍ୟ ଆଲର୍ଟ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now