Angulରାଜନୀତି

ପାଳଲହଡା ବ୍ଲକ କଂଗ୍ରେସ ପକ୍ଷରୁ ଘର ଘର କଂଗ୍ରେସ ଓ ଘରେ ଘରେ ହାତ ର ବିଶାଳ ପଦ ଯାତ୍ରା

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ପାଳଲହଡା ଠାରେ ଗତ ଶନିବାର ଦିନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ପାଳଲହଡା ବ୍ଲକ ସଭାପତି ଦୋଳଗୋବିନ୍ଦ ସାହୁ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ର ଆୟୋଜନ କରିଥିଲେ । ଏହି ଶୋଭାଯାତ୍ରାରେ ପାଞ୍ଚଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀ ସାମିଲ ହୋଇ ଥିଲେ।

ଶନିବାର ଦିନ 12 ଟା ବେଳେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ପାଲଲହଡା ଶିବ ମନ୍ଦିର ଠାରୁ ପଦ ଯାତ୍ରାରେ ବାହାରି ବଜାର ସାହି, ସମନ୍ତସାହି, ପୁରୁଣା ଗଡ଼ସାହି, ଶାସନସାହି, ତଳ ସାହି, ହରିଜନ ସାହି, ଉଦୟପୁର ସାହି, ଈଶ୍ୱରନଗର, ଝିମିରିପାଲି ଆଦି ଦେଇ ବତିସୁଆଁ ଗାଁ କୁ ଯାଇ ଘରେ ଘରେ କଂଗ୍ରେସ ଓ ଘରେ ହାତ ର ପ୍ରଚାର କରିବା ଶହ କଂଗ୍ରେସ ର ପ୍ରଚାର ପତ୍ର ବାଣ୍ଟି ଥିବା ସହିତ କେତେକ ସ୍ଥାନରେ ପଥପ୍ରାନ୍ତ ସଭା ମଧ୍ୟ କରା ଯାଇଥିଲା।

ସାଧାରଣ ଜନତା, କୃଷକ, ବେକାର ଯୁବକ, ଛାତ୍ର, ଶ୍ରମିକ, ବୁଦ୍ଧିଜୀବୀ ଓ ବ୍ୟବସାୟୀ ମାନେ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । 2020 ମସିହା ଠାରୁ ପାଳଲହଡା ଅଞ୍ଚଳ ରେ ବିକାଶ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି ଓ ଶାସକ ଦଳ କେବଳ ଲୁଣ୍ଠନ କରି ଚାଲିଛି।  ପାଳଲହଡା ନିର୍ବାଚନ ମଣ୍ଡଳୀ ରେ ବ୍ଲକ,ତହସିଲ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବିଜେଡି କାର୍ଯ୍ୟାଳୟ ରେ ପରିଣତି ହୋଇଛି ବୋଲି କଂଗ୍ରେସ ନେତା ପ୍ରକାଶ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ରେ 23 ବର୍ଷ ଧରି ଯେଉଁ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ହୋଇଛି ସେଥିରେ ବ୍ୟାପକ ପିସି କରବାର ହେଉଥିବାରୁ କାର୍ଯ୍ୟ ନିମ୍ନମାନର ହେଉଛି। ଘରେ ଘରେ ପରିବର୍ତନ ର ସ୍ୱର ଉଠାଇବା ପାଇଁ ମିଶ୍ର ଆହ୍ୱାନ କରିଥିଲେ।

ପିସିସି ସାଧାରଣ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ପ୍ରକାଶ ମିଶ୍ର ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି କହିଥିଲେ ଯେ ବିଜେପି ଓ ବିଜେଡି ଦୁଇଟି ଶରୀର ମାତ୍ର ଗୋଟିଏ ଆତ୍ମା। ଏମାନେ 9 ବର୍ଷ ଧରି ଭାଗୁଆଳି ଶାସନ ରେ ଥିଲେ ମଧ୍ୟ ଅଘୋଷିତ ଭାବେ ଜଗୁଆଳି ଶାସନ ଚାଲଇଥିଲେ। ବିଜୁ ଜନତା ଦଳ ର ମନ୍ତ୍ରୀ ଓ ନେତାମାନେ ଓଡିଶାର 20 ଲକ୍ଷ ଜମାକାରୀ ଙ୍କ 32 ହଜାର କୋଟି ଟଙ୍କା, 160 ଟି ଚିଟଫଣ୍ଡ କମ୍ପାନୀ ମାଧ୍ୟମରେ ଲୁଟି ନେଇଛନ୍ତି। ଚିଟଫଣ୍ଡ ଅର୍ଥରେ ବିଜେଡି ନିର୍ବାଚନ ଲଢେ ଓ ସଭାସମିତି କରେ ।

ଏହି କାର୍ଯ୍ୟକ୍ରମ ରେ କଣିହାଁ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ ଶଶିକାନ୍ତ ସାମଲ ଅଂଶଗ୍ରହଣ କରି କହିଥିଲେ ଯେ, ଉଭୟ ମୋଦି ଓ ନବୀନଙ୍କ ଭାଗୁଆଳି ସରକାରରେ ଚାଷୀ ସର୍ବସ୍ୱାନ୍ତ ହୋଇ ଗଲେଣି । କଣିହାଁ ବ୍ଲକ ର ପୂର୍ବତନ କଂଗ୍ରେସ ସଭାପତି ଫକୀର ମୋହନ ସାମଲ କହିଥିଲେ ଯେ କଣିହାଁ ଓ ପାଳଲହଡା ବ୍ଲକ ରେ କଂଗ୍ରେସ ସରକାର ସମୟରେ ଜଳସେଚନ ବ୍ୟବସ୍ଥା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପିସିସି ସମ୍ପାଦକ ଶଶିକାନ୍ତ ଲେଙ୍କା, ଚିତ୍ତରଞ୍ଜନ ପ୍ରଧାନ, ଜଗମୋହନ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ମିହିର ପାଳ, ସତ୍ୟନରାୟଣ ବୋଷ, ରଞ୍ଜନ କୁମାର ଜିତ, ସୁରେନ୍ଦ୍ର କୁମାର ନାୟକ, ଲୋକନାଥ ପ୍ରଧାନ, ଟିକେଶ୍ୱର ପ୍ରଧାନ, ନୀଳମଣି ନାଏକ, ଭୋଳାନାଥ ପ୍ରଧାନ, ମଦନସାହୁ , ଖଗେଶ୍ୱର ପ୍ରଧାନ, ଦୁଃଖବନ୍ଧୁ ମହାନ୍ତ ବିରେନ ସାହୁ, ପ୍ରମୋଦ ସାହୁ ଙ୍କ ସମେତ ସମସ୍ତ ପଞ୍ଚାୟତ ର ସଭାପତି, ସମ୍ପାଦକ ଙ୍କ ସହ ବୋହୁ କର୍ମୀ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button