ୟୁଏସ: ଗର୍ଭପାତ ପାଇଁ ମହିଳାଙ୍କ ସାମ୍ବିଧାନୀକ ଅଧିକାରର ଅନ୍ତ

Spread the love

ଆମେରିକା ସୁପ୍ରିମକୋର୍ଟ  ଏକ ଅର୍ଦ୍ଧଶତାବ୍ଦୀ ପୁରୁଣା ଆଇନ ଉପରେ ଆଣିଲେ ପୂର୍ଣ୍ଣଛେଦ। ଆମେରିକାରେ ଗର୍ଭପାତ ପାଇଁ ମହିଳାଙ୍କୁ ମିଳିଥିବା ଆଇନକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ ବିରୋଧ କରିଥିବା ବେଳେ  ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାଗତ କରିଛନ୍ତି।

ଦୀର୍ଘ ଦଶନ୍ଧୀ ଦଶନ୍ଧୀ ଧରି ଆମେରିକାରେ ମହିଳାଙ୍କ ଗର୍ଭପାତକୁ ସମ୍ବିଧାନିକ ସହମତି ଦିଆଯିବା ସହ ଏହାକୁ ମହିଳାଙ୍କ ଅଧିକାର ବୋଲି ମାନ୍ୟତା ମିଳି ଆସିଥିଲା। କିନ୍ତୁ ଏହାକୁ ନେଇ ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ର୍ଣ ରାୟ ଦେଇଛନ୍ତି। ଗର୍ଭପାତକୁ ସମ୍ୱିଧାନିକ ଅଧିକାର ଶ୍ରେଣୀରୁ ବାଦ ଦେବା ସହ ଏହାକୁ ଅବୈଧ ଘୋଷଣା କରାଯାଇଛି। ତେବେ ରାଜ୍ୟ ଗୁଡିକ ନିଜସ୍ୱ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିପାରିବେ। କିନ୍ତୁ ଏହି ରାୟକୁ ବହୁ ରାଜ୍ୟ ଓ ନାଗରିକ ସ୍ବାଗତ କରିଥିବା ବେଳେ ଅନେକ ଏହା ବିରୋଧରେ ପ୍ରଦର୍ଶନ କରିଛନ୍ତି ଓ ରାଜରାସ୍ତାକୁ ଓହ୍ଲାଇଛନ୍ତି।

୧୯୬୯ରେ ଟେକ୍ସାସର ଜଣେ ମହିଳା ତାଙ୍କ ଦୁଇ ସନ୍ତାନ ପରେ ତୃତୀୟ ଥର ଭୃଣ ଧାରଣ କରିଥିବା ଜାଣିବା ପରେ  ଗର୍ଭପାତ ପାଇଁ ଚାହିଁଥିଲେ। କିନ୍ତୁ ଟେକ୍ସାସ୍‌ରେ ରହୁଥିବାରୁ ଏଥିରେ ସମସ୍ୟା ଦେଖା ଦେଇଥିଲା। ଟେକ୍ସାସ ଗର୍ଭପାତ ଆଇନ ଅନୁଯାୟୀ, ମା’ର ଜୀବନ ରକ୍ଷା କରିବାକୁ ଗର୍ଭପାତ ପାଇଁ ଅନୁମତି ଥିଲା।  ତେଣୁ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ପିଟିଶନ ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଓ ୧୯୭୩ରେ ସୁପ୍ରିମ କୋର୍ଟ ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

ଏଥିସହ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ସହାୟତାରେ ଗର୍ଭପାତକୁ ମହିଳାଙ୍କୁ ସ୍ବାଧୀନ ଅଧିକାର ଦିଆଯାଇଥିଲା। ଏହା ପରେ ଆଣ୍ଟାଇ ଆବର୍ସନ ବିରୋଧରେ ଆନ୍ଦୋଳନ ହୋଇଥିଲା।  ମିସିସିପିରେ ୧୫ ସପ୍ତାହରୁ ଅଧିକ ଅବଧି ଭ୍ରୁଣର ଗର୍ଭପାତ ଉପରେ ଜାଣି କଟକଣାକୁ ଡବ୍ସ ବନାମ ଜ୍ୟାକସନ ମାମଲାରେ ଓମେନ ହେଲ୍‌ଥ ଅର୍ଗାନାଇଜେସନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ଏହି ମାମଲାରେ କୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି।

ଅର୍ଚ୍ଚନା ଆଳୁକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *