ରାଜ୍ୟ ପଲିସି ମୁତାବକ ଗୋଧ୍ରା ଟ୍ରେନ ପୋଡି ମାମଲାରେ ଛଡାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ୨୦୦୨ ଗୋଧ୍ରା ଟ୍ରେନ ପୋଡି ମାମଲାର ଦୋଷୀମାନଙ୍କୁ ଜାମିନ ଯାଚିକା ଉପରେ ଶୁଣାଣି କରିଛନ୍ତି। ମୁଖ୍ୟବିଚାରପତି ଜଷ୍ଟିସ ଡି ଆଇ ଚନ୍ଦ୍ରଚୂଡ, ଜଷ୍ଟିସ ପି ଏସ ନରସିମ୍ହା ଓ ଜଷ୍ଟିସ ଜେ ବି ପର୍ଡିୱାଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ ଭାରତର ସଲିସିଟର ଜେନେରାଲ ଗୁଜରାଟ ସରକାର ପକ୍ଷରୁ ଉପସ୍ଥିତ ରହି ଜାମିନକୁ ବିରୋଧ କରିଛନ୍ତି।

ମେହତା କହିଛନ୍ତି, ରାଜ୍ୟ ପଲିସ ଅନ୍ତର୍ଗତ ଅପରାଧର ଗୁରୁତ୍ବକୁ ନେଇ ସେମାନଙ୍କ ବିରୋଧରେ ଟାଡା ମାମଲା ଲାଗିଥିବାରୁ ସେମାନଙ୍କୁ ସମୟ ପୂର୍ବରୁ ଜାମିନ ଦିଆଯାଇପାରିବ ନାହିଁ। ଅପରାଧର ସଂଗୀନତାକୁ ଦର୍ଶାଇ ମେହତା ଏହାକୁ ରେୟାର ଅଫ ରେୟାରେଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ମେହତା ଆହୁରି କହିଛନ୍ତି, ବଗିକୁ ବାହାର ପଟୁ ବନ୍ଦ କରି ୫୯ ଜଣଙ୍କୁ ଭିତରେ ଜୀବନ୍ତ ଜାଳିଦିଆଯାଇଥିଏ.। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ।

ପ୍ରଥମ ଦୋଷୀ ଟ୍ରେନ ଉପରେ ପଥମାଡ କରୁଥିବା ପାରେଡରେ ଚିହ୍ନଟ କରାଯାଇଛି। ଯାତ୍ରୀ ଯେମିତି ବାହାରକୁ ବାହାରି ପାରିବେ ନାହିଁ ସେଥିପାଇଁ ସେ ପଥର ମାଡ କରିଥିଲା। ଅପରାଧରେ ଦ୍ବିତୀୟ ଅପରାଧୀର ଭୂମିକା ସ୍ପଷ୍ଟ। ତୃତୀୟ ଅଭିଯୁକ୍ତ ନିକଟରୁ ମଧ୍ୟ ମାରଣାସ୍ତ୍ର ଜବତ ହୋଇଥିଲା। ୪ର୍ଥ ଅଭିଯୁକ୍ତ ଷଡଯନ୍ତ୍ରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଅପରାଧ ଘଟାଇବାକୁ ପେଟ୍ରୋଲ କିଣିବା ସହ ତାହା ଠୁଳ କରିଥିଲା ଟ୍ରେନ ପୋଡିରେ ବ୍ୟବହାର କରିବାକୁ।

ତେବେ ସିଜେଆଇ ମନେ ପକାଇଥିଲେ କି, ୨୦୨୨ ମେ ୩ ତାରିଖରେ ଜଣେ ଦୋଷୀକୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜାମିନ ପ୍ରଦାନ କରାଯାଇଥିଲା। ଅବଦୁଲ ରେହମାନ ଧାନ୍ତିୟାର ପତ୍ନୀ କର୍କଟ ରୋଗରେ ସଂକଟାପନ୍ନ ସ୍ଥିତିରେ ଥିବା ବେଳେ ତାର ଝିଅ ମାନସିକ ବିକାରଗ୍ରସ୍ତ। ତେଣୁ ତାକୁ ଗତ ନଭେମ୍ବର୧୧ରେ ଜାମିନ ପ୍ରଦାନ କରାଯାଇଛି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ। ସେହିପରି ଅନ୍ୟ ଡିସେମ୍ବର ୧୫ ତାରିଖରେ ଟ୍ରେନ ଉପରକୁ ପଥର ମାଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଫାରୁକକୁ  ୧୭ ବର୍ଷର ଦଣ୍ଡ ପରେ ଜାମିନ ପ୍ରଦାନ କରାଯାଇଛି। ତେଣୁ ଗୁଜରାଟ ରାଜ୍ୟ ପଲିସି ଅନ୍ତର୍ଗତ ଯାଚିକାକର୍ତ୍ତାମାନଙ୍କୁ ଛଡାଯାଇ ପାରିବ କି ନାହିଁ ପଚାରିଛନ୍ତି ସିଜେଆଇ।

ତେବେ ମେହତା ଏହା ଉପରେ ଦେଇଛନ୍ତି ନକାରାତ୍ମକ ଉତ୍ତର। ସେ କହିଛନ୍ତି, ସେମାନଙ୍କ ବିରୋଧରେ ଟାଡା ମାମଲା ଥିବାରୁ ସେମାନଙ୍କୁ ସମୟ ପୂର୍ବରୁ ଜାମିନ ଦିଆଯାଇ ପାରିବ ନାହିଁ। ତେବେ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଗୁଜରାଟ ଏଓଆରର ସ୍ଥାୟୀ ଓକିଲ ସ୍ବାତି ଘିଲ୍ଡିୟାଲଙ୍କ ସହ ସମସ୍ତ ପ୍ରାସଙ୍ଗିକ ବିବରଣୀର ଏକ ଚାର୍ଟ ପ୍ରସ୍ତୁତ କରିବେ। ତିନି ସପ୍ତାହ ମଧ୍ୟରେ ଏହାକୁ ସୂଚିବଦ୍ଧ କରିବାକୁ ସହମତି ପ୍ରକାଶ ପାଇଛି।   

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *