ବିଚାରପତି ନିଯୁକ୍ତିରେ ବିଳମ୍ୱ: ଚିନ୍ତାରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କଲେଜିୟମ ସୁପାରିଶ ସତ୍ତ୍ୱେ କାହିଁକି ବିଚାରପତି ନିଯୁକ୍ତିରେ ବିଳମ୍ୱ କରୁଛି କେନ୍ଦ୍ର। ଏ ସଂକ୍ରାନ୍ତରେ ବେଙ୍ଗାଲୁରୁ ଓକିଲ ସଂଘ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣୀ କରିଛନ୍ତି ଅଦାଲତ। ଜଷ୍ଟିସ ସଞ୍ଜୟ କାଉଲ, ମନୋଜ ମିଶ୍ର ଓ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ବିଚାରପତି ନିଯୁକ୍ତିରେ ବିଳମ୍ୱକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ତା ସହ କେନ୍ଦ୍ର ସରକାରଙ୍କୁ କହିଛନ୍ତି, କଅଣ ଭଲ କରାଯାଇପାରିବ, ତାକୁ ସୁନିଶ୍ଚିତ କର। କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତି ବଦଳିକୁ ନେଇ କରିଥିବା ସୁପାରିଶକୁ କାର୍ଯ୍ୟକାରୀ କରାଯାଇନଥିବାରୁ ଏହାକୁ ନେଇ ପୂର୍ବ ଶୁଣାଣୀରେ ଅସନ୍ତୋଷ ଓଗାଳିଥିଲେ ସୁପ୍ରିମକୋର୍ଟ। ଫେବୃଆରୀ ୭ ଓ ୯ରେ ହୋଇଥିବା ସୁପାରିଶକୁ ୨ରୁ ୩ ଦିନ ଭିତରେ ମଞ୍ଜୁରୀ ମିଳିଗଲା। ଅଥଚ ଅନେକ ନିଯୁକ୍ତି ଦୀର୍ଘ ଦିନରୁ ସୁପାରିଶ ସତ୍ତ୍ୱେ ଏହାକୁ ଅନୁମତି ମିଳୁନି। ଖଣ୍ଡପୀଠ ସବୁ ଦିଗକୁ ତର୍ଜମା କରି କହିଛନ୍ତି କି, ଦୁଇ ସପ୍ତାହ ପରେ ଏ ନେଇ କଅଣ ନିଶ୍ଚିତ କରାଯାଇପାରିବ, ତାକୁ କେନ୍ଦ୍ର କହୁ। ମାର୍ଚ୍ଚ ୨ରେ ପରବର୍ତ୍ତୀ ଶୁଣାଣୀ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *