ବିମୁଦ୍ରୀକରଣ: ୪:୧ ବହୁମତରେ କେନ୍ଦ୍ରକୁ କ୍ଲିନଚିଟ୍

ନୂଆଦିଲ୍ଲୀ:  ବିମୁଦ୍ରୀକରଣ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ସମସ୍ତ ୫୮ ଯାଚିକାକୁ ସୋମବାର ଦିନ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କେନ୍ଦ୍ର ସରକାରକୁ କ୍ଲିନଚିଟ ଦେଇ ନୋଟବନ୍ଦ ନିଷ୍ପତ୍ତିକୁ ସଠିକ କହିଛନ୍ତି। ତେବେ ଏହି ମାମଲାର ଶୁଣାଣି କରୁଥିବା ପାଞ୍ଚ ଜଣିଆ ସମ୍ବିଧାନିକ ଖଣ୍ଡପୀଠର ୪ ଜଣ ବିଚାରପତି ବିମୁଦ୍ରୀକରଣ ମାମଲାରେ କେନ୍ଦ୍ର ସପକ୍ଷରେ ଥିବା ବେଳେ ଜଣେ ଏହା ବିରୋଧରେ ଯାଇଥିଲେ। ତେବେ ବହୁମତ ଆଧାରରେ କେନ୍ଦ୍ରକୁ ମିଲିଛି ଆଶ୍ବସ୍ତି।

୨୦୧୬ରେ କେନ୍ଦ୍ର ସରକାର ଦ୍ବାରା ୫୦୦ ଟଙ୍କା ଓ ୧୦୦୦ ଟଙ୍କା ବନ୍ଦ କରିବା ନିଷ୍ପତ୍ତିକୁ ସଠିକ ବୋଲି ସୋମବାର ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି।  ଏଥିସହ ନୋଟବନ୍ଦ ବିରୋଧରେ ହୋଇଥିବା ୫୮ ଯାଚିକାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଅବ୍ଦୁଲ ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠର ୪ ବିଚାରପତି କେନ୍ଦ୍ର ସପକ୍ଷରେ ରାୟ ଦେଇଥିବା ବେଳେ ଜଷ୍ଟିସ ବିଭି ନାଗରତ୍ନା ଏହାର ବିରୋଧ କରିଥିଲେ।

ଖଣ୍ଡପୀଠ କହିଛନ୍ତି, ଆର୍ଥିକ ନିଷ୍ପତ୍ତିକୁ ବଦଳା ଯାଇ ପାରିବ ନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ୪:୧ ବହୁମତରେ କେନ୍ଦ୍ର ସରକାରର ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତିକୁ ଉଚିତ କହିଛନ୍ତି। କୋର୍ଟ ଅନୁଭବ କରିଛନ୍ତି କି, କେନ୍ଦ୍ରର ୮ ନଭେମ୍ବର ୨୦୧୬ର ଅଧିସୂଚନା ବୈଧ ଅଟେ। ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ଓ ଆରବିଆଇ ମଧ୍ୟରେ ବିଚାର ବିମର୍ଷ ହୋଇଥିଲା। କେନ୍ଦ୍ର ଦ୍ବାରା ନିଆଯାଇଥିବା ପଦକ୍ଷେପରେ କୌଣସି କମି ନ ଥିଲା। ତେଣୁ ଏହି ଅଧିସୂଚନାକୁ ରଦ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ସମ୍ବିଧାନ ଓ ଆରବିଆଇ ଆକ୍ଟ ଅଧିକାର ଦେଇଥିବା କହିଛନ୍ତି। ତେଣୁ ଏହାକୁ କାର୍ଯ୍ୟକାରୀ କରିବାରେ କୌଣସି ବାଧା ନାହିଁ। ଏପର୍ଯ୍ୟନ୍ତ ଦୁଇ ଥର ବିମୁଦ୍ରୀକରଣର ଏହି ଅଧିକାରର ଉପଯୋଗ ହୋଇଛି। ଏହା ତୃତୀୟ ଥର ଥିଲା। ରିଜର୍ଭ ବ୍ୟାଙ୍କ ଏକା ବିମୁଦ୍ରୀକରଣର ନିଷ୍ପତ୍ତି ନେଇ ପାରିବ ନାହିଁ।

 ସେପଟେ ଜଷ୍ଟିସ ନାଗରତ୍ନାଙ୍କ ମତ ଭିନ୍ନ ଥିଲା। ସେ କହିଥିଲେ ମୁଁ ସାଥୀ ବିଚାରପତିଙ୍କ ସହ ସହମତ କିନ୍ତୁ ମୋର ତର୍କ ଭିନ୍ନ।   ବିମୁଦ୍ରୀକରଣ ଆଇନ ଅନ୍ତର୍ଗତ ହେବା ଆବଶ୍ୟକ ଥିଲା। ବିମୁଦ୍ରୀକରଣର ପ୍ରାରମ୍ଭ ଆଇନ ବିରୋଧୀ ଓ ବେଆଇନ ଶକ୍ତି ବ୍ୟବହାରରେ ହୋଇଥିଲା। ଖାଲି ଏତିକି ନୁହେଁ, ଅଧିନିୟମ ଓ ଅଧ୍ୟାଦେଶ ମଧ୍ୟ ବେଆଇନ ଥିଲା। ଏହା ଅନ୍ତର୍ଗତ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏହା ୨୦୧୬ରେ ହୋଇଥିବାରୁ ଏହାକୁ ଆଉ ବଦଳା ଯାଇ ପାରିବ ନାହିଁ ବୋଲି ନାଗରତ୍ନା କହିଛନ୍ତି।

ବିମୁଦ୍ରୀକରଣ ବିରୋଧରେ ମୋଟ ୫୮ଟି ଯାଚିକା ଦାୟର ହୋଇଥିଲା ଓ ଏହାକୁ ରଦ୍ଦ କରାଯିବା ଆବଶ୍ୟକ ଥିବା ଦାବି ହୋଇଥିଲା। ଯାଚିକାରେ ଦର୍ଶା ଯାଇଥିଲା କି, ଏହି ପ୍ରକ୍ରିୟା ଦେଶର ଆଇନର ତାତ୍ସଲ୍ୟ କରିଛି। ଆରବିଆଇର କେନ୍ଦ୍ରୀୟ ବୋର୍ଡର ସୁପାରିଶ କ୍ରମେ ସରକାର ନୋଟବନ୍ଦୀ କରିପାରିବ। କିନ୍ତୁ ଏପରି କରାଯାଇ ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *