
ନୂଆଦିଲ୍ଲୀ: ମହାରାଷ୍ଟ୍ର ଶିବସେନା ବନାମ ଶିବସେନା ବିବାଦରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଶିବସେନା କାହାର? ଉଦ୍ଧବ ଠାକରେ ଠିକ ନାଁ ଏକନାଥ ସିନ୍ଧେ? ଏହାକୁ ନେଇ ୯ ଦିନ ଧରି ଚାଲିଥିଲା ଶୁଣାଣି। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ମୁକେଶ ଆର ଶାହ, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିହ୍ନାଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି।
ଶିବସେନା କାହାର? ଏହାକୁ ନେଇ ୯ ଦିନ ଧରି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ଶେଷ ହୋଇଥିଲେ ମଧ୍ୟ ରାୟ ସଂରକ୍ଷିତ ରଖାଯାଇଛି। ଏହା ଉପରେ ସାମ୍ବିଧନର ବାଖ୍ୟା ଅନୁସାରେ ଆଇନର ଅନ୍ୟ ମହତ୍ବପୂର୍ଣ୍ଣ ପ୍ରଶ୍ନକୁ ଜୋଡି ଦେଖିବାର ଆବଶ୍ୟକତା ରହିଛି। ଏଥିରେ ଖଣ୍ଡପୀଠ ଅନୁଶୀଳନ କରିବେ କହି କଣ ସ୍ପିକରଙ୍କୁ ହଟାଇବା ନୋଟିସ ନବାମ ରେବିୟାରେ ନ୍ୟାୟାଳୟ ଦ୍ବାରା ଆୟୋଜିତ ଭାରତୀୟ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନ୍ତର୍ଗତ ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିବାରୁ ପ୍ରତିହତ କରୁଛି?
ମାମଲା ଯାହା ବି ହେଉ, କଣ ଧାରା ୨୨୬ ଓ ୩୨ ଅନ୍ତର୍ଗତ ଯାଚିକା ହାଇକୋର୍ଟ ବା ସୁପ୍ରିମ କୋର୍ଟ ଦ୍ବାରା ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଣ୍ଣୟ ନେବାକୁ ଆମନ୍ତ୍ରିତ କରୁଛି? କଣ ସ୍ପିକରଙ୍କ ନିଷ୍ପତ୍ତି ଅଭାବରୁ କୌଣସି କୋର୍ଟ ସଦସ୍ୟକୁ ତାଙ୍କ କାର୍ଯ୍ୟ ଆଧାରରେ ଅଯୋଗ୍ୟ ଘୋଷିତ କରାଯାଇ ପାରିବ? ସଦସ୍ୟମାନଙ୍କ ବିରୋଧରେ ଅଯୋଗ୍ୟତା ଯାଚିକାସବୁକୁ ପକାଇ ରଖିବା ସମୟରେ ବିଧାନସଭାର କାର୍ଯ୍ୟକୁ ସ୍ଥଗିତ କରାଯାଇ ପାରିବ? ଯଦି ସ୍ପିକରଙ୍କ ନିର୍ଣ୍ଣୟ ୧୦ମ ଅନୁସୂଚୀ ଅନ୍ତର୍ଗତ ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି, ଅଭିଯୋଗର ତାରିଖ ସହ ସମ୍ବନ୍ଧିତ, ତେବେ ଅଯୋଗ୍ୟତା ଯାଚିକାକୁ ଲମ୍ବା ସମୟ ପର୍ଯ୍ୟନ୍ତ ପକାଇରଖିବା ସମୟରେ ହୋଇଥିବା କାର୍ଯ୍ୟକ୍ରମର କଣ ସ୍ଥିତି?