ପୁଲୱାମା ଆକ୍ରମଣକୁ ସେଲିବ୍ରେଟ କରିଥିବା ଯୁବକଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ

Spread the love

ବେଙ୍ଗାଲୁରୁ: ପୁଲୱାମା ଆକ୍ରମଣକୁ ସୋସିଆଲ ମିଡିଆରେ ସେଲିବ୍ରେଟ କରିଥିବା ୨୦ ବର୍ଷର ଛାତ୍ରଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ। ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ଗଙ୍ଗାଧରଙ୍କ ଦ୍ବାରା ଦଣ୍ଡିତ ଯୁବକ ଜଣେ ଅଣଭାରତୀୟ ଓ  ତାଙ୍କ ନାମ ଫୈଜ ରସିଦ ବୋଲି ଜଣାପଡିଛି।

୨୦୧୯ ପୁଲୱାମା ଆକ୍ରମଣ ପରେ ଦେଶର ବୀର ଜବାନ ପ୍ରାଣାବଳୀ ଦେଇଥିବା ବେଳେ ଏହି ଯୁବକ ସୋସିଆଲ ମିଡିଆରେ ଜାଣି ଶୁଣି ବାରମ୍ବାର ଘୃଣ୍ୟ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଥିଲା।  ତେଣୁ କୋର୍ଟ ଉକ୍ତ ଯୁବକଙ୍କୁ ଦେଶ ବିରୋଧୀ ଆଖ୍ୟା ଦେବା ସହ କହିଛନ୍ତି କି, ଅଭିଯୁକ୍ତ ଦ୍ବାରା ଦିଆଯାଇଥିବା ଘୃଣ୍ୟ ମନ୍ତବ୍ୟ ଥରେ କି ଦୁଇଥର ନୁହେଁ ବାରମ୍ବାର ହୋଇଛି। ବିଭିନ୍ନ ଗଣମାଧ୍ୟମ ଦ୍ବାରା ପୋଷ୍ଟ ଉପରେ କୁତ୍ସିତ ରାୟ ରଖୁଥିଲେ ଏହି ଯୁବକ।  ସବୁଠାରୁ ବଡ କଥା, ଯୁବକ ଜଣକ ଅଶିକ୍ଷିତ କି ସାଧାରଣ ଲୋକ ନ ଥିଲେ। ସେ ଇଞ୍ଜିନିୟରିଂ ପଢୁଥିଲେ।  ତାଙ୍କ ଫେସବୁକ ପୋଷ୍ଟ ଓ କମେଣ୍ଟ ସବୁ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଦେଶର ବୀର ଜବାନଙ୍କ ମୃତ୍ୟୁରେ ସେ ଆନନ୍ଦ ଅନୁଭବ କରୁଥିଲେ ଓ ସେମାନଙ୍କ ମୃତ୍ୟୁକୁ ଉଲ୍ଲାସର ସହ ପାଳନ କରୁଥିଲେ। ଅଭିଯୁକ୍ତ ଦ୍ବାରା ହୋଇଥିବା କାର୍ଯ୍ୟ, ଏହି ମହାନ ଦେଶ ବିରୋଧୀ ଓ ଘୃଣ୍ୟ ଚିନ୍ତାଧାରା ପ୍ରଣୋଦିତ ବୋଲି କୋର୍ଟ ରେକର୍ଡ କରିଛନ୍ତି।

ଧର୍ମ ଓ ଜାତି ଆଧାରରେ ବିଭିନ୍ନ ଗ୍ରୁପରେ ଘୃଣା ସୃଷ୍ଟି କରିବାକୁ ନେଇ ଧାରା ୧୫୩ ଏ, ଦେଶଦ୍ରୋହ ଅନ୍ତର୍ଗତ ଧାରା ୧୨୪ ଏ ଓ ପ୍ରମାଣ ନଷ୍ଟ ତଥା ଭୁଲ ତଥ୍ୟ ଦେବା ଅଭିଯୋଗରେ ଧାରା ୨୦୧ ସହ ଅନଲଫୁଲ ଆକ୍ଟିଭିଟି ପ୍ରିଭେନ୍ସନ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା।

୨୦୧୯ ପୁଲୱାମା ଆକ୍ରମଣ ପରେ ଫୈଜ ତାଙ୍କ ସୋସିଆଲ ମିଡିଆରେ  ଉଦ୍ଦେଶ୍ୟମୂଳକ ଭାବେ ଦେଶର ସାର୍ବଭୌମତ୍ୟ  ଓ ଅଖଣ୍ଡାତା ବିରୋଧରେ ବାରମ୍ବାର ବିବାଦୀୟ କମେଣ୍ଟ ଦେବା ସହ ବିଭିନ୍ନ ପୋଷ୍ଟ କରୁଥିଲେ। ଏହା ବ୍ୟତୀତ ଭାରତ ବିରୋଧରେ ଧର୍ମୀୟ ଆଧାରରେ ବିଭିନ୍ନ ଗ୍ରୁପରେ ସେସବୁ ପୋଷ୍ଟକୁ ସେୟାର ମଧ୍ୟ କରୁଥିଲେ। ତେଣୁ ଏକ ଏଫଆଇଆର ଆଧାରରେ ଗିରଫ କରାଯାଇଥିଲା।  

Leave a Reply

Your email address will not be published. Required fields are marked *