ଅହମ୍ମଦାବାଦ : କଥାବାଚକ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ମୋର ଏକମାତ୍ର ଲକ୍ଷ୍ୟ ହେଉଛି ସନାତନ ଧର୍ମ, ସମସ୍ତଙ୍କୁ କର୍ମରେ ହିନ୍ଦୁ କରିବା । ଏହି ଅଂଚଳରେ ଜନଜାତି ବର୍ଗ ପାଖକୁ ଯାଇ ସେଠାରେ ରାମ କଥାର ଆୟୋଜନ କରିବି ଏବଂ ସେମାନଙ୍କୁ ହିନ୍ଦୁ ଧର୍ମରେ ଘର ବାହୁଡା କରାଇବି । ସୁରତରେ ତାଙ୍କର କଥା ପୂର୍ବରୁ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳର ନୁହନ୍ତି । ସମସ୍ତ ରାଜନୈତିକ ଦଳର ନେତାମାନେ ତାଙ୍କର ଶିଷ୍ୟ ଅଟନ୍ତି । ତାଙ୍କୁ କେବଳ ଗୋଟିଏ ଦଳ ସହ ଯୋଡା ଯାଉ ତାହା ହେଉଛି ବଜରଙ୍ଗବାଲି ଦଳ । ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ସେ ଗୁଜୁରାଟରେ କିଛିଦିନ ରହିବେ । ସୁରଟ ଏବଂ ତାପି ଜିଲ୍ଲାରେ ହେଉଥିବା ଧର୍ମାନ୍ତରଣ ଉପରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ସେ ଏହି ଅଂଚଳରେ କଥାର ଆୟୋଜନ କରିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now