ଏବେ ଚାଲିଛି ଡେଟିଂ, ଆଗକୁ ବାହାଘର…ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି ଲଳିତ ମୋଦୀ

Spread the love

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଆସିଛି ବିସ୍ଫୋରକ ଖବର । ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳିତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଥିବା କୁହାଯାଉଛି। ଏହାର ସୂଚନା ଲଳିତ ମୋଦୀ ନିଜେ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି। ସୁସ୍ମିତା ସେନଙ୍କୁ ସେ ଡେଟ୍ କରୁଥିବା ସ୍ପଷ୍ଟ ଭାବେ ଲେଖିଛନ୍ତି। କାରଣ କିଛି ସମୟ ପୂର୍ବରୁ ଉଭୟ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଲଳିତ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। ଏ ଯାଏଁ ବିବାହ କରିନୁ। ମାତ୍ର ଜଲଦି ବିବାହ କରିପାରୁ। ଏହା ସହିତ ଲଲିତ ମୋଦୀ ସ୍ମୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

ଏଥିରେ ଉଭୟ ରୋମାଣ୍ଟିକ ମୋଡରେ ନଜର ଆସୁଛନ୍ତି। ସର୍ବପ୍ରଥମେ ଲଳିତ ମୋଦୀ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ରହିଛନ୍ତି। କ୍ୟାପସନରେ ଲେଖିଛନ୍ତି ପରିବାର ସହିତ ମାଳଦ୍ଵୀପ ଏବଂ ସାରଡିନିଆର ଟୁରରୁ ଏବେ ଫେରିଛି। ମୋ ସହିତ ଅଛନ୍ତି ମୋ ପ୍ରିୟର ସୁସ୍ମିତା ସେନ। ଶେଷରେ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଓଭର ଦ ମୁନ। ଲଳିତ ମୋଦୀଙ୍କ ପ୍ରଥମ ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଥିଲା। ଲୋକେ ଉଭୟ ପରସ୍ପରକୁ ବିବାହ କରି ନେଇଥିବା ବୁଝି ନେଇଥିଲେ। ତେବେ ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ “ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ।

କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।” ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ “ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।”

Leave a Reply

Your email address will not be published. Required fields are marked *