ଭାଇରାଲ୍

ସତ କହି ଚର୍ଚ୍ଚାରେ କର୍ମଚାରୀ…

ସରକାରୀ ହୁଅନ୍ତୁ କି ବେସରକାରୀ ଛୁଟି ପାଇଁ ଛୁଟି ଦରଖାସ୍ତ ଦିଅନ୍ତି । ଛୁଟି ଦରଖାସ୍ତ ରେ ଛୁଟି ନେବାର କାରଣ ସମ୍ପର୍କରେ ଲଖାହୋଇଥାଏ ।କେତେବେଳେ କାରଣ ସତ ହୋଇଥାଏ ତ ଆଉ କେତେବେଳେ ଜାଣିଶୁଣି ମିଛ ଲେଖାଯାଇଥାଏ । ଏମତି କିଛି କାରଣ ରହିଛି ଯାହା ଲେଖିବା ପାଇଁ କର୍ମଚାରୀ ଙ୍କ ବିପଦ ସୃଷ୍ଟି କରିବ । ଆବଶ୍ୟକ ସ୍ଥଳେ ଚାକିରି ଯିବାର ସମ୍ଭାବାନ ଥାଏ କିମ୍ଭା ସଂସ୍ଥା ପକ୍ଷରୁ ଅନ୍ୟ କାର୍ଯ୍ୟନୁଷ୍ଟାନ ନେବାର ଭୟ । ସେଥିପାଇଁ ମିଛ କହିବା ସବୁଠୁ ସୁବିଧା । ଆଜି କାଲି ମିଛ କହି ଖସିୟିବା ପାଇଁ ସମସ୍ତେ ସହଜ ଭାବୁଥିବା ବେଳେ ଏମତି ସଚ୍ଚୋଟ କର୍ମଚାରୀ ଅଛନ୍ତି । ବସଙ୍କ ନିକଟକୁ ଛୁଟି ଆବେଦନ କରିଛନ୍ତି ଇ ମେଲ ଜରିଆରେ । ସେ ଅନ୍ୟ ଗୋଟିଏ କମ୍ପାନୀ ର ଇଣ୍ଟରଭିୟ୍ୟୁ ରେ ଯୋଗ ଦେବା ପାଇଁ ଯାଉଛନ୍ତି ତେଣୁ ତାଙ୍କୁ ଛୁଟି ଦରକାର ।

ଏହି ଛୁଟି ଦରଖାସ୍ତ ରେ ସ୍କ୍ରିନ ସଟ ମାରି କମ୍ପାନୀ ର ସିନିୟର ସାହିଲ ଟୁଇଟର ରେ ସେୟାର କରିଛନ୍ତି । ତାଙ୍କ କର୍ମଚାରୀ ମାନେ ଏତେ ଭଲ ଯେ ସେମାନେ ଅନ୍ୟ କମ୍ପାନୀ ରେ ଇଣ୍ଟରଭିୟ୍ଯ୍ୟୁ ରେ ଯୋଗ ଦେବା ପାଇଁ ଛୁଟି ଦରଖାସ୍ତ ଦିଅନ୍ତି । ଦରଖାସ୍ତ ରେ ସିଧା ଲେଖା ହୋଇଥାଏ କାରଣ । ସତ କହି ଚର୍ଚ୍ଚାରେ ଆସିଛନ୍ତି କର୍ମଚାରୀ ଜଣଙ୍କ । ଅନ୍ୟ ମାନ ତାଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ । ସେ ଉଦାହରଣ ପାଲଟିଛନ୍ତି । ସମସ୍ତେ ଏହାକୁ ଅଭ୍ୟାସରେ ପିରଣତ କଲେ ମିଛର ସାହାରା ନେବାକୁ ପଡିବ ନାହିଁ । ସଂସ୍ଥା ର ଧାରଣା ଓ ବିଶ୍ୱାସ କର୍ମଚାରୀ ଙ୍କ ଉପରେ ଅତୁଟ ରହିବ । ମିଛ କହିବା ବହୁତ ସହଜ କିନ୍ତୁ ଥରେ ମିଛର ସାହାରା ନେଲେ ସତ ଉପରେ ଭରସା ତୁଟିଯାଏ । ଛୋଟ ଛୋଟ କଥାରେ ବା ଆବଶ୍ୟକ ନଥିଲେ ମଧ୍ୟ୍ୟ ମଣିଷ ମିଛ କିହିବାକୁ ପସନ୍ତ କରେ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button