love

  • ପ୍ରେମ ବିବାହ ପାଇଁ କୋର୍ଟ ଯିବା ପଡିଲା ମହଙ୍ଗା ।

    ଲକ୍ଷ୍ନୌ : ପ୍ରେମ କାହାକୁ କେତେବେଳେ କେଉଁ ମୁହୁର୍ତ୍ତରେବି ହୋଇପାରେ ।ଏବେର ଯୁବପିଢି ପ୍ରେମ ବିବାହ ବେଶି ପସନ୍ଦ କରୁଥିବାବେଳେ ସେମାନଙ୍କ ପରିବାର ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି  । କିନ୍ତୁ କିଛି ପରିବାର ଏପରି ବି ଥାଆନ୍ତି ଯେଉଁମାନେ ଏହାକୁ ଦୃଢ ବିରୋଧ କରନ୍ତି । ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ।

    ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଦୁଇ ପ୍ରେମୀଯୁଗଳ କୋର୍ଟକୁ ବିବାହ ପାଇଁ ଯିବା ସେମାନଙ୍କୁ ମହଙ୍ଗା ପଡିଲା । ସୂଚନା ଅନୁଯାୟୀ ଯେତବେଳେ ଉଭୟ ପ୍ରେମୀଯୁଗଳ କୋର୍ଟରେ ପହଞ୍ଚିଲେ । ଯୁବତୀଙ୍କ ପିତା ସେଠାରେ ଆଗୁରୁ ପହଞ୍ଚିସାରିଥିଲେ ଏବଂ ସେଠାରେ ଏମାନଙ୍କୁ ସହିତ ବହୁତ ପାଟିତୁଣ୍ଡ ହେଲା । ଇତି ମଧ୍ୟରେ ପୋଲିସ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଝିଅର ପିତା ଉକ୍ତ ଯୁବକ ସତ୍ତାର ବିଷୟରେ ଅଭିଯୋଗ କରି କହିଥିଲେ ଯୁବକ ଜଣକ ଅନ୍ୟଜାତିର ଏବଂ ସେ ତାଙ୍କ ଝିଅକୁ ଅପହରଣ କରି ନେଇଯାଇଥିଲା କିନ୍ତୁ ଏବେ ସେ ବିବାହକୁ କରିବାକୁ ଆସିଲାବେଳେ ଧରାପଡିଛି ।

    ସେ ଏହାବି କହିଥିଲେ କି ତାଙ୍କ ଝିଅ ଏବେବି ନାବଳିକା ଅଛନ୍ତି । ଏବଂ ଯୁବକ ଜଣକ ତାଙ୍କୁ ଜାନୁୟାରୀ 29 ତାରିଖରୁ କଥାରେ ଫସେଇ ନେଇ ଆସିଛନ୍ତି । ସେ ଏବେ ସେମାନଙ୍କ ବିବାହ କଥା ଶୁଣି କୋର୍ଟକୁ ଆଗୁଆ ଚାଲି ଆସିଥିଲେ । ଅଭିଯୋଗ ଅନୁସାରେ ଘଟଣା ସ୍ଥଳରେ ଯୁବକକୁ ପୋଲିସ ଗିରଫ କରିଥିଲେ ।

    ଉଭୟ ପ୍ରେମୀ ଯୁଗଳକୁ ପୋଲିସ ଥାନାକୁ ନେବା ପରେ ଯୁବତୀ ଜଣକ ନିଜ ବୟାନରେ କହିଛନ୍ତି ଯେ ସେ ସାବାଳିକା ଅଛନ୍ତି । ଏବଂ ସେ ନିଜ ଇଚ୍ଛାରେ ସତ୍ତାର ସହ ବିବାହ ପାଇଁ ଆସିଛନ୍ତି । ଯୁବତୀ ଜଣକ କହିଛନ୍ତି କି ସେ ମଧ୍ୟ ଶିକ୍ଷିତ ସେ  ଜାଣିଛନ୍ତି ସେ କଣ କରିଛନ୍ତି ।  ଉଭୟଙ୍କ ବୟାନ ଅନୁସାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।  

  • ଏଲନ ମସ୍କଙ୍କ ପ୍ରେମ ସମ୍ପର୍କ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା

    ଏଲନ ମସ୍କ ପୁଣିଥିରେ ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହେଲେ ଏଥର ଚର୍ଚ୍ଚାର ପ୍ରସଙ୍ଗ ଭିନ୍ନ । ଗୁଗୁଲର ସହ ପ୍ରତିଷ୍ଠାତା ସର୍ଗି ବ୍ରିନଙ୍କ ପତ୍ନୀ ନିକୋଲ୍ ଶାନାହାନଙ୍କର ସହ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କର ପ୍ରେମ ସମ୍ପର୍କ ରହିଛି । ତେବେ ମସ୍କ ଏଭଳି କଥାର କୌଣସି ସତତ୍ୟା ନାହିଁ ବୋଲି କହିଛନ୍ତି । ଏନେଇ ଏଲନ୍ ମସ୍କ ନିଜର ମତ ଷ୍ପଷ୍ଟ କରିଛନ୍ତି । ଏ ଏକ ଗୁଜବ । ମସ୍କ କହିଛନ୍ତି ସର୍ଗୀ ଏବଂ ସେ ଜଣେ ଭଳ ବନ୍ଧୁ । ଏକ ପାର୍ଟୀରେ ଉଭୟ ଏକାଠି ହୋଇଥିଲେ ।

    ସେ ନିକୋଲ ଙ୍କୁ ଦୁଇ ରୁ ତିନି ଥର ଦେଖିଛନ୍ତି । ସେତେବଳେ ଅନେକ ଲୋକ ତାଙ୍କର ଚାରିପାଖରେ ଥିଲେ ଏଥିରେ କିଛି ରୋମାଣ୍ଟିକ ବି ନୁହେଁ । ଅନ୍ୟ ପକ୍ଷରେ ଆଉ ଏକ ମିଡିଆ ରିପୋର୍ଟ ଅନୁସାରେ ମସ୍କ ଏବଂ ନିକୋଲ୍ ଶାନାହାନଙ୍କ ମଧ୍ୟ୍ୟରେ ଗତ ଡିସେମ୍ଭରରେ ପ୍ରେମ ସମ୍ପର୍କ ରହିଥିଲା । ଯାହା ପରେ ଜାନୁଆରୀରେ ୪୮ ବର୍ଷୀୟ ସର୍ଗୀ ବ୍ରିନ୍ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

    ଏମିତିକି ଏହି ଘଟଣା ପରେ ମସ୍କଙ୍କ ସହ ରର୍ଗି ବ୍ରିନ ପୁରୁଣା ବନ୍ଧୁତା ମଧ୍ୟ୍ୟ ଭାଙ୍ଗିଯାଇଥିଲା । ୨୦୦୮ ର ଆର୍ତିକ ସାହାର୍ଯ୍ୟ କରିଥିଲେ । ସୁଚନା ଅନସାରେ ଟେସଲା କାର ପାଇଥିବା ଲୋକଙ୍କ ତାଲିକାରେ ବ୍ରିନ ରହିଥିଲେ । ବ୍ରିନ ମସ୍କରୁ ୫ ନିୟୁତ ଡଲାର ଆର୍ଥିକ ସହାୟାତ ପ୍ରଦାନ କରିଥିଲେ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଏବେ ଚାଲିଛି ଡେଟିଂ, ଆଗକୁ ବାହାଘର…ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି ଲଳିତ ମୋଦୀ

    ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଆସିଛି ବିସ୍ଫୋରକ ଖବର । ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳିତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଥିବା କୁହାଯାଉଛି। ଏହାର ସୂଚନା ଲଳିତ ମୋଦୀ ନିଜେ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି। ସୁସ୍ମିତା ସେନଙ୍କୁ ସେ ଡେଟ୍ କରୁଥିବା ସ୍ପଷ୍ଟ ଭାବେ ଲେଖିଛନ୍ତି। କାରଣ କିଛି ସମୟ ପୂର୍ବରୁ ଉଭୟ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଲଳିତ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। ଏ ଯାଏଁ ବିବାହ କରିନୁ। ମାତ୍ର ଜଲଦି ବିବାହ କରିପାରୁ। ଏହା ସହିତ ଲଲିତ ମୋଦୀ ସ୍ମୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

    ଏଥିରେ ଉଭୟ ରୋମାଣ୍ଟିକ ମୋଡରେ ନଜର ଆସୁଛନ୍ତି। ସର୍ବପ୍ରଥମେ ଲଳିତ ମୋଦୀ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ରହିଛନ୍ତି। କ୍ୟାପସନରେ ଲେଖିଛନ୍ତି ପରିବାର ସହିତ ମାଳଦ୍ଵୀପ ଏବଂ ସାରଡିନିଆର ଟୁରରୁ ଏବେ ଫେରିଛି। ମୋ ସହିତ ଅଛନ୍ତି ମୋ ପ୍ରିୟର ସୁସ୍ମିତା ସେନ। ଶେଷରେ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଓଭର ଦ ମୁନ। ଲଳିତ ମୋଦୀଙ୍କ ପ୍ରଥମ ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଥିଲା। ଲୋକେ ଉଭୟ ପରସ୍ପରକୁ ବିବାହ କରି ନେଇଥିବା ବୁଝି ନେଇଥିଲେ। ତେବେ ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ “ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ।

    କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।” ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ “ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।”

  • ପତୀ ପତ୍ନୀ ଗୋଟିଏ ଝିଅ କୁ ଭଲ ପାଉଥିଲେ…

    ପତୀ ପତ୍ନୀ ଗୋଟିଏ ଝିଅ କୁ ଦୁଇ ଜଣ ଭଳ ପାଉଥିଲେ । ଯେତେବେଳେ ଝିଅ ସମ୍ପର୍କ ଛିନ୍ନ କଲା ତେବେ ଦୁଇ ଜଣଙ୍କୁ ଝଟକା ଲାଗିଲା । ଗୋଟିଏ ଗୁଳିରେ ଦୁଇଟି ଶିକାର କଲା ଝିଅ । ବେଶି ଦିନ ଚାଲିପାରିଲା ନାହିଁ ତିନି ଜଣଙ୍କ ସମ୍ପର୍କ । ଏହି କପଲ ସହମତି ଭିତ୍ତିରେ ଗୋଟିଏ ଝିଅ କୁ ଡେଟ କରିବା ଆରମ୍ଭ କଲେ । ସାଙ୍ଗରେ ଏକାଠି ରହିଲେ । ଝିଅ ନଷ୍ପତ୍ତି ନେଇ ପତୀ ଓ ପତ୍ନୀଙ୍କ ଠାରୁ ଅଲଗା ହୋଇଗଲା । ଅଲଗା ହେବା ପରେ ସେମାନେ ତାଙ୍କ ଅନୁଭୁତି ସେୟାର କରିଛନ୍ତି । ଆମେରିକାର ର ଫ୍ଲୋରିଡାରେ ଘଟିଛି ଏହି ଘଟଣା । କପଳ ଜେଶ ଡେମାର୍କ, ଓ ପତ୍ନୀ ଷ୍ଟିଫେନ ଡେମାର୍କ । ଏହି ପ୍ରକାର ସମ୍ପର୍କ କୁ ପୋଲିୟମରସ ରିଲେସନସିପ କହନ୍ଚି ।

    ଏହାର ଅର୍ଥ ହେଉଛି । ଦୁଇ ରୁ ଅଧିକ ଲୋକ ସହମତି ଭିତ୍ତିରେ ରହିପାରିବେ। ଜେଶ ଓ ଷ୍ଟିଫେନ ୧୩ ବର୍ଷ ହେବ ଏକାଠି ରହୁଛନ୍ତି । ଏହି ଘଟଣାରେ ଡେଲି ଷ୍ଟାର ଚ୍ୟାନେଲ ସହ କଥାହେଲେ କହିଲେ ପୋଲିୟମରସ ଏକ ରେଗୁଲାର ରିଲେସନ ଭଳି। ସେମାନେ କହିଛନ୍ତି ଭଳ ପାଇବା ପ୍ରେମ କାରଣରୁ ଏହି ସମ୍ପର୍କ ମଜବୁତ ହେବା କଥା କିନ୍ତୁ ସେମିତି କିଛି ହେଲା ନାହିଁ । ପ୍ରେମ ଓ ଭଲପାଇବା ସବୁବେଳେ ସମସ୍ତ ଙ୍କ ପାଖରେ ସପଳ ହୁଅ ନାହିଁ । କିଏ ସଫଳ ହୁଏ ତ ଆଉ କିଏ ବିଫଳ ହୁଏ । କିନ୍ତୁ ତିକ୍ତ ହେଉ କି ମଧୁର ଅନୁବୁତି ତ ନିଶ୍ଚିୟ ରହିବ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ବହୁ କଷ୍ଟ ପରେ ସେଲଫି ଗୋଟେ ନେଲେ…

    ସେଲଫି ମାନିଆ ର ମାୟାରେ ସମସ୍ତେ ବାୟା । ଛୁଆ ଠାରୁ ବଡ ପର୍ଯ୍ୟନ୍ତ ସେଲଫି ନେବା ପାଇଁ ସମସ୍ତେ ବ୍ୟାକୁଳ । ସେଲଫି ନେବା ପାଇଁ ସ୍ଥାନ କାଳ ପାତ୍ର କିଛି ନାହିଁ । ୟିଏ ଯେଉଁଠି ପାରିଲା ସେଲଫି ଉଠାଇଲା । ସେଲଫି ନେବା ପାଇଁ ନା ଅନୁମତି ଦରକାର ନା ରହିଛି କଟକଣା । ସୁଖଃ ହେଉ କି ଦୁଖଃ ସେଲଫି ନେବା ଏକ ମାନସିକତାରେ ପରିଣତ ହେଲାଣି । ସେଲଫି ଏମତି ଭାଇରାଲ ହୋଇଛି ଯେ ୭ କୋଟି ଲୋକ ଦେଖିଲେଣି । କେମିତି ହୋଇଛି ଏହି ସେଲଫି ନଦେଖିଲେ ବିଶ୍ବାସ କରିହେବ ନାହିଁ ।


    ହୃଦୟ କୁ ଛୁଇଁଲା ଭଳି ଘଟଣା । ଦେଖିଲେ ହୃଦୟ ତରଳି ଯିବ । ମ୍ୟାଥ୍ୟୁ ବେନି ଇନଷ୍ଟାଗ୍ରାମ ବ୍ୟାବହାରକାରୀ । ନିଜ ଇନଷ୍ଟା ଆକାଉଣ୍ଟରେ ହାର୍ଟ ର ଇମୋଜି ସହ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଏହା କଣ ତୁମେ ପଚାର । ସର୍ଟ କ୍ଲିପ ରେ ଜନଗହଳିପୁର୍ଣ ମେଟ୍ରୋ ଟ୍ରେନ ଭିତରେ ନିଡଜ ପତ୍ନୀ ଙ୍କ ସେଲଫି ଚୋରି କରିବା ପାଇଁ ସତର୍କତାର ସହ ଉଦ୍ୟମ କରୁଛନ୍ତି ।


    ମେଟ୍ରୋ ଟ୍ରେନ ରେ ଦମ୍ପତ୍ତି ଯାତ୍ରା କରୁଛନ୍ତି । ପ୍ରବଳ ଭିଡ ରେ ମହିଳା ଜଣଙ୍କ ତାଙ୍କ ଦୁପଟ୍ଟା ଠିକ କରିବାକୁ ଲାଗିଥିବା ବେଳେ ଚତୁରତାର ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି ତାଙ୍କ ସ୍ବାମୀ । ଚେଷ୍ଟା ବେକାର ଗଲାନି ସଫଳ ମଧ୍ୟ୍ୟ ହେଲେ । ଏହି ଦୃଶ୍ୟ କୁ ୭ କୋଟି ଲୋକ ଦେଖି ସାରିଲେଣି । ଘଟଣା ଟି ଦେଖିବା ପାଇଁ ବେଶ ମଜାଦାର ।

Back to top button