ଭାରତୀୟ ସୀମାରେ ୨ଟି ପାକିସ୍ତାନି ଡ୍ରୋନ

Spread the love

ପାକିସ୍ତାନ ପୁଣି ଭାରତ ଉପରେ ଲୁଚିଛପି ଆକ୍ରମଣ କରୁଛି। ଏଥିପାଇଁ ପାକିସ୍ତାନ ନୂଆ ନୂଆ ପନ୍ଥା ଆପଣାଇବା ସହ ଭାରତୀୟ ସୈନ୍ୟମାନଙ୍କୁ ଫସେଇବାକୁ ଚାହୁଁଛି। କିନ୍ତୁ ପାକିସ୍ତାନର ଯୋଜନା ପଣ୍ଡ ହେଉଛି। ଯାହାକୁ ନେଇ ଉତକ୍ଷିପ୍ତ  ହୋଇଛି ପାକିସ୍ତାନ। ଦୁଇଟି ପାକିସ୍ଥାନୀ ଡ୍ରୋନ୍ ବିଭିନ୍ନ ସମୟରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲା ତରନତାରନରେ ଦେଖା ଦେଇଛି। ଏହି ଡ୍ରୋନ୍ ପ୍ରାୟ ୮୨ ରାଉଣ୍ଡ ଗୁଳି ଚଳାଇବା ସହ ୧୦ ରାଉଣ୍ଡ ଆଲୋକୀକରଣ ବୋମା ମଧ୍ୟ ଫିଙ୍ଗିଛି।

ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହାକୁ ନେଇ  ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ୍ ଏବଂ ସୁରକ୍ଷା କର୍ମୀଙ୍କର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଦ ବସ୍ତୁ ମିଳିନଥିବା ବିଏସଏଫ ମୁଖ୍ୟପ୍ରବକ୍ତା ସୂଚନା ଦେଇଛନ୍ତି।

ଶୁକ୍ରବାର ବିଳମ୍ୱିତ ରାତିରେ ବିଓପି ବାନ୍‌ ତାରା, ପିଏସ ଖାଲରା ୧୦୩ ବାଟାଲିୟନର ସୀମା ସୁରକ୍ଷା କର୍ମୀ ଅଞ୍ଚଳରେ କଡା ନଜର ରଖିବା ସହ କଡା ପଇଁତରା ମାରୁଥିଲେ। ସେହି ସମୟରେ ପାକିସ୍ତାନ ପକ୍ଷରୁ ଏକ ସନ୍ଦେହଜନକ ବସ୍ତୁ ଭାରତୀୟ ବାୟୁ ସୀମା ଅଞ୍ଚଳରେ ପ୍ରବେଶ କରିଥିଲା। ଏହା ଦେଖିବା ମାତ୍ରେ ସୁରକ୍ଷା କର୍ମୀ ସତର୍କ ହୋଇ ଯାଇଥିଲେ। ସୁରକ୍ଷା କର୍ମୀ ଅତ୍ୟାଧୁନୀକ ଯନ୍ତ୍ରପାତି ମାଧ୍ୟମରେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ କି, ପାକିସ୍ତାନର ଚିନ୍ ନିର୍ମିତ ଡ୍ରୋନ୍ ଭାରତୀୟ ସୀମା ଅଞ୍ଚଳକୁ ପ୍ରବେଶ କରିଛି। ଡ୍ରୋନକୁ ଘଉଡାଇବାକୁ ସୁରକ୍ଷା ବଳ ପକ୍ଷରୁ ୯ ରାଉଣ୍ଡ ଏବଂ ୪ ରାଉଣ୍ଡ ଆଲୋକୀକରଣ ବୋମା ଫିଙ୍ଗାଯାଇଥିଲା। ଏହାପରେ ଡ୍ରୋନ ଦୁଇଟି ପାକିସ୍ତାନ ଆଡକୁ  ଫେରିଯାଇଥିଲା।  

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *