
ପୁନ୍ନାୟୁର: କେରଳର ଥ୍ରିସୁରରେ ୨୦ ଜଣଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ଜଣେ ବ୍ୟକ୍ତିଙ୍କଠାରେ ମଙ୍କି ପକ୍ସ ପରି ଲକ୍ଷଣ ଦେଖା ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ବାରେଣ୍ଟାନରେ ରଖାଯାଇଛି ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି କେରଳର ସ୍ବାସ୍ଥ୍ୟ ଅଧିକାରୀ।
ତେବେ ବର୍ତ୍ତମାନ ରାଜ୍ୟରେ ମଙ୍କିପକ୍ସ ନିୟନ୍ତ୍ରଣରେ ରହିଛି। ଭୟଭୀତ ହେବାର କିଛି ନାହିଁ। ତେବେ ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ ୧୦ ଜଣ ପରିବାର ଜନ ଓ ବନ୍ଧୁ ଆସିଥିଲେ। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କୁ କ୍ବାରେଣ୍ଟାଇନ ରଖାଯାଇଛି ବୋଲି ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଷ୍ଟାଣ୍ଡିଂ କମିଟି ସଦସ୍ୟ ସୂଚନା ଦେଇଛନ୍ତି।
ଏହାକୁ ନେଇ ଥ୍ରିସୁରର ପୁନ୍ନାୟୁର ଗାଁରେ ପଞ୍ଚାୟତ ସଦସ୍ୟଙ୍କ ବୈଠକରେ ପରବର୍ତ୍ତୀ ପଦକ୍ଷେପକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି।