ଦୀର୍ଘ ୩୧ ମାସ ପରେ ମୁକୁଳିଲେ ସାମ୍ବାଦିକ କପ୍ପନ

Spread the love

ଲକ୍ଷ୍ନୌ: କେରଳର ପତ୍ରକାର ସିଦ୍ଦିକ କପ୍ପନ ଦେଲରୁ ମୁକ୍ତ ହୋଇଛନ୍ତି। କୋର୍ଟରେ ତାଙ୍କ ଜାମିନର ଏକ ଦିନ ପରେ ଗୁରୁବାର ମୁକୁଳିଛନ୍ତି କପ୍ପନ। ହାଥରସ ଗଣଦୁଷ୍କର୍ମର ରିପୋର୍ଟିଂ ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କ ବିରୋଧରେ ଦେଶଦ୍ରୋହ, ଆତଙ୍କୀ ଫଣ୍ଡିଂ ଓ ମନି ଲଣ୍ଡରିଂ ପରି ମାମଲା ଲଗାଯାଇଥିଲା।

ଜେଲରୁ ମୁକୁଳିବା ପରେ କପ୍ପନ କରିଛନ୍ତି, ମୁଁ କଠୋର ଆଇନ ବିରୋଧରେ ନିଜ ଲଢେଇ ଜାରି ରଖିବି। ୨୮ ମାସର ଦୀର୍ଘ ଆଇନଗତ ଲଢେଇ ପରେ ମୋତେ ଜାମିନ ମିଳିବା ପରେ ମଧ୍ୟ ଜେଲରେ ବନ୍ଦୀ କରି ରଖାଯାଇଥିଲା। ତଥାପି ମୁଁ ଡରିଯାଇ ନାହିଁ। ଗତ ସେପ୍ଟେମ୍ବରରେ ତାଙ୍କୁ ଏହି ମାମଲାରେ ଜାମିନ ମିଳିଥିବା ବେଳେ ମନି ଲଣ୍ଡରିଂ ମାମଲାର ଶୁଣାଣି ହୋଇ ପାରିନଥିବାରୁ ସେ ଜେଲରେ ରହିଥିଲେ।

୨୦୨୦ ଅକ୍ଟୋବର ମାସରେ ଉତ୍ତର ପ୍ରଦେଶର ହାଥରସରେ ହୋଇଥିବା ଦଳିତ ଯୁବତୀଙ୍କ ଗଣଦୁଷ୍କର୍ମ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଓ ପୁଲିସ ପ୍ରଶାସନର ତରବରିଆ ଭାବେ ଶବସତ୍କାରକୁ ନେଇ ସେତେବେଳେ ଏହି ଘଟଣା ଚର୍ଚ୍ଚାରେ ଥିଲା। ଏହାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକ କପ୍ପନଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା କି, କପ୍ପନ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ସେଠାକୁ ଯାଉଥିଲେ।

କପ୍ପନଙ୍କ ବିରୋଧରେ ଦେଶଦ୍ରୋହ, କଠିନ ଆତଙ୍କବାଦ ବିରୋଧୀ ଆଇନ ବା ୟୁଏପିଏ ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା। ଏହା ପରେ ପ୍ରତିବନ୍ଧିତ ପିପୁଲ୍ସ ଫ୍ରଣ୍ଟ ଅଫ ଇଣ୍ଡିଆଠାରୁ  ଟଙ୍କା ନେବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଥିଲା।  

କିନ୍ତୁ ଗତ ସେପ୍ଟମ୍ବର ମାମସରେ ସୁପ୍ରିମ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଔପଚାରିକ ଅଭିଯୋଗ ଦାୟର ହୋଇନଥିବାରୁ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଜେଲର ପୁଣି ରଖାଯାଇଥିଲା।

ହାଥରସରେ ହୋଇଥିବା ଘଟଣାରେ ନକରାତ୍ମକ ନ୍ୟୁଜ କଭରେଜରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପ୍ରରୋଚନାରେ କପ୍ପନଙ୍କ ଗିରଫଦାରି ହୋଇଥିବା ବିରୋଧ ଓ ବୁଦ୍ଧିଜୀବୀ ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *