ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେର ତାଙ୍କ ବିରୋଧରେ ୟୁପିରେ ହୋଇଥିବା ୬ଟି ଏଫଆଇଆରକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି। ଏହି ଯାଚିକାରେ ତାଙ୍କ ବିରୋଧରେ ତଦନ୍ତକାରୁଥିବା ଏସଆଇଟିର ସମ୍ବିଧାନିକ ସ୍ଥିତିକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛନ୍ତି ଜୁବେର। ଗତ କିଛି ଦିନରେ ଜୁବେରଙ୍କ ବିରୋଧରେ ୟୁପିରେ ମୁଜଫ୍ପର ନଗର, ଗାଜଆବାଦ, ସୀତାପୁର, ଲକ୍ଷ୍ମୀପୁର, ହାଥରସରେ ୬ଟି ମାମଲା ଦାୟର ହୋଇଛି।
କୁହାଯାଉଛି, ହାଥରସ ମାମଲାରେ ଜୁବେରକୁ ୨୭ ଜୁଲାଇ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଉତ୍ତରପ୍ରଦେଶରେ ଜୁବେରଙ୍କ ନାମରେ ରହିଛି ୬ଟି ମାମଲା। ଜୁବେର ଗିରଫ ହେବା ପରେ ତାଙ୍କ ବିରୋଧରେ ୪ ଜୁଲାଇରେ ମାମଲରେ ହାଥରସରେ ମାମଲା ହୋଇଥିଲା। ସେ ମହାଦେବଙ୍କ ଫଟୋ ଟ୍ବିଟ କରିବାକୁ ନେଇ ଏଫଆଇଆର ହୋଇଛି। ଏହି ଘଟଣାରେ ହାଥରସ କୋର୍ଟ ଜୁବେରଙ୍କୁ ଗିରଫ କରିବାକୁ ୱାରେଣ୍ଟ ଜାରି କରିଥିଲେ ଓ ଗୁରୁବାର ଜୁବେର କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ତାଙ୍କୁ ଜୁଲାଇ ୨୭ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now