ସ୍ଥାନର ନାମ ବଦଳାଇ ଯାଚିକା ଉପରେ ଏସସିଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଦେଶରେ ଏକ ହଜାରରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ସମ୍ବନ୍ଧିତ ଯାଚିକା ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ ଏସମ୍ବନ୍ଧିତ ଯାଚିକାକୁ ଖାରଜ କରି କହିଛନ୍ତି କି, ଏହା ଭାରତୀୟ ଇତିହାସ। ଏହାକୁ ଆପଣ ନିଜ ହିସାବରେ ବଦଳାଇ ପାରିବେ ନାହିଁ। ଦେଶରେ ଆଜି ମଧ୍ୟ ଲୋକତନ୍ତ୍ର ରହିଛି। ତେଣୁ ଆପଣ ଅତୀତ ପାଇଁ ବର୍ତ୍ତମାନକୁ ବଦଳାଇବାର ଦାବି କରୁଛନ୍ତି। ଦେଶରେ ଅନେକ ସବୁ ମୁଦ୍ଦା ରହିଛି। କୋର୍ଟ ଆହୁରି କହିଛନ୍ତି କି, ହିନ୍ଦୁ ଧର୍ମରେ କୌଣସି କଠୋରତା ନାହିଁ।

ବିଜେପି ନେତା ତଥା ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଏକ ଜନ ହିତ ଯାଚିକା ଦାୟର ହୋଇଥିଲା। ଏଥିରେ ବିଦେଶୀ ଆକ୍ରମଣକାରୀଙ୍କ ଦ୍ବାରା ପରିବର୍ତ୍ତନ କରାଯାଇଥିବା ୧ହଜାର ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଗୃହ ମନ୍ତ୍ରଣାଳୟକୁ ଏକ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଥିଲା। ସୁପ୍ରିମକୋର୍ଟ ଏହା ଉପରେ କହିଛନ୍ତି କି, ଯାଚିକା ଦେଖନ୍ତୁ, ମୁସଲିମଙ୍କ ନାମରେ ହଜାର ହଜାର ସଡକ ରହିଛି। ଆପଣଙ୍କ ଯାଚିକା ଆମକୁ ଚିନ୍ତାରେ ପକାଇ ଦେଇଛି। ଏହା ଇତିହାସ ସମ୍ବନ୍ଧରେ।

ତେବେ ଉପାଧ୍ୟାୟ ନିଜ ଯାଚିକାରେ କହିଥିଲେ କି, ଏହି ମାମଲା ମୂଳ ନାମକୁ ପୁନର୍ସ୍ଥାପନ କରିବାର ଅଧିକାର ସହ ଜଡିତ। ତେଣୁ ଅତିରିକ୍ତ ସତ୍ୟପାଠ ଯାୟର କରିବାକୁ ଅନୁମତି ଦେବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। କିନ୍ତୁ କୋର୍ଟ ଏହାକୁ ନେଇ କହିଥିଲେ କି, ଧାରା ୩୨ ଅନ୍ତର୍ଗତ ଯାଚିକା କି? କଣ ଏହା ଆପଣଙ୍କ କୌଣସି ମୌଳିକ ଅଧିକାରକୁ ହନନ କରୁଛି?

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *