ବିଶ୍ୱ

ବିରୋଧ ପ୍ରଦର୍ଶନ ବେଳେ ଗୁଳିମାଡ, ଜଣେ ମୃତ

ଇସଲାମବାଦ: ପାକିସ୍ତାନରେ ବିରୋଧ ପ୍ରଦର୍ଶନ କାଳରେ ସୁରକ୍ଷା ବଳ ପକ୍ଷରୁ ଗୁଳିମାଡ କରାଯାଇଛି, ଯେଉଁଥିରେ ଜଣେ ପ୍ରଦର୍ଶକାରୀଙ୍କ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲୁଚିସ୍ତାନର ହରନାଇ ଅଞ୍ଚଳରେ ।
ହରନାଇସ୍ଥିତ ଏକ ମିଲିଟାରୀ ବେସ ବାହାରେ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ସେତିକି ବେଳେ ଅଚାନକ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ବର୍ଷା ଆରମ୍ଭ କରିଦେଇଥିଲେ । ଏହି ପୂରା ଘଟଣାକ୍ରମରେ ଜଣେ ସ୍ଥାନୀୟ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା ଓ ବହୁ ଲୋକ ଆତ ହୋଇଥିଲେ ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଗତ ରାତିରେ ପାକିସ୍ତାନର ମିଲିଟାରୀ ବେସ ଓ ପାକିସ୍ତାନୀ ସୁରକ୍ଷାବଳର ଏକ ଦଳ ଉପରେ ବଲୁଚିସ୍ଥାନୀ ଯୁବକମାନେ ଆକ୍ରମଣ କରିଥିଲେ । ଏହାପରେ ସୁରକ୍ଷାବଳ ଆକ୍ରମଣ କରିଥିବା ପଶ୍‌ତୁନ ଲୋକଙ୍କୁ ଟର୍ଗେଟ କରିଥିଲେ । ଏହାକୁ ବିରୋଧ କରି ଆଜି ସ୍ଥାନୀୟ ପଶ୍‌ତୁନ ଲୋକେ ମିଲିଟାରୀ ବେସ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ପାକିସ୍ତାନୀ ସୁରକ୍ଷାବଳ ସେମାନଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ । ଏଥିରେ ଅୱାମୀ ନାସନାଲ ପାର୍ଟିର ଜଣେ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା । ବହୁ ପ୍ରଦର୍ଶନକାରୀ ମଧ୍ୟ ଆହତ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button