ଗୁଜରାଟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସାବରକାଣ୍ଠା ଜିଲ୍ଲାରେ ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ଜଣେ ଦମ୍ପତି କାର୍ ଭିତରେ ଫସି ଯାଇଥିଲେ । ଏହାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଭାଇରାଲ ହେଉଛି । ନଦୀର ସ୍ରୋତ ଅଚାନକ୍ ବଢ଼ିଯିବାରୁ ବହୁ ଘଣ୍ଟା ଧରି କାର୍ଟି ଅଧା ପାଣିରେ ବୁଡ଼ି ରହିଥିଲା ।ଏହି ସମୟରେ ଦମ୍ପତି ନିଜକୁ ବଞ୍ଚାଇବାକୁ ଯାଇ କାର୍ ଛାତ ଉପରେ ଚଢ଼ିଯାଇଥିଲେ । ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ ଦମ୍ପତି କାର୍ ସହିତ ଭାସି ଯାଇଥିଲେ । ଇଡ଼ର ତାଲୁକାର ଓ୍ୱଡିୟାଓ୍ୱିର ଭୂତିଆ ମଧ୍ୟରେ ଦମ୍ପତି ଅନେକ ସମୟ ଧରି ନଦୀ ବନ୍ୟାରେ ଫସି ରହିଥିଲେ ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ନଦୀ ଦେଇ ଯାଉଥିବା ବେଳେ ପାଣିର ସ୍ରୋତ ବଢ଼ିଯିବାରୁ କାର୍ଟି ଠେଲି ହୋଇଯାଇଥିଲା । ଫଳରେ ଦମ୍ପତି ନିଜକୁ ବଞ୍ଚାଇବା ପାଇଁ କାର୍ ଛାତ ଉପରେ ଚଢ଼ି ଯାଇଥିଲେ । ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ରୋତ ଅଧିକ ଥିବାରୁ ସମସ୍ୟା ଦେଖାଦେଇଥିଲା ।
ଏହାପରେ ଲୋକମାନେ ଇଡର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ନଦୀର ସ୍ରୋତ ସାମାନ୍ୟ କମିବା ପରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ରେସ୍କ୍ୟୁ କରାଯାଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now