ଅଣ୍ଡା ଦେଉଛି ପଥର…

Spread the love

ଆପଣମାନେ ପକ୍ଷୀ ଅଣ୍ଡା ଦେଉଥିବା ଶୁଣିଥିବେ। ଏଠାରେ କୁକୁଡା କିମ୍ୱା ବତକ ନୁହେଁ, ଅଣ୍ଡା ଦେଉଛି ପଥର। କ’ଣ କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? କିନ୍ତୁ କଥା ଟି ପୁରା ସତ। ଏହି ପଥର ୩୦ ବର୍ଷରେ ଥରେ ଅଣ୍ଡା ଦିଏ ବୋଲି ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଚାଇନାର ଏକ ଛୋଟ ଗାଁରେ। ଏହି ଗ୍ରାମାଅଞ୍ଚଳରେ ଥିବା ଏକ ଅଜବ ରହସ୍ୟମୟ ଶିଖରରୁ ଅଣ୍ଡା ବାହାରୁଥିବାର ଦୃଶ୍ୟ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ପର୍ବତ ଗୁଲୁ ଜାଇ ଗାଁର ଗୁଇଜୋ ପ୍ରଦେଶରେ ଅବସ୍ଥିତ। ଏଠାରେ ୧୦୦୦ ବର୍ଷ ଧରି ଶୁଇ ଲୋକମାନେ ରହିଆସୁଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଅଣ୍ଡା ଦେଉଥିବା ଏକ ଅଜବ ଶିଖର ନାଁ ହେଉଛି ଚାନ୍ ଡାନ୍ ୟା। ଏହି ପଥରର ଲମ୍ୱ ୬୫ ଫୁଟ ଓ ଉଚ୍ଚତା ୧୯ ଫୁଟ ହୋଇଥିବାବେଳେ ଏହାର ଅଣ୍ଡାର ରଙ୍ଗ କଳା ହୋଇଥାଏ।
ଦକ୍ଷିଣ-ପୂର୍ବ ଚାଇନାରେ ଅବସ୍ଥିତ ତଥା କଥିତ ‘ଅଣ୍ଡା ଦେଉଥିବା ଶିଖର’ ନିୟମିତ ଭାବରେ ୬୬୦ ପାଉଣ୍ଡ ପରି ବଡ ଗୋଲାକାର ପଥର ଉତ୍ପାଦନ କରିଥାଏ। କୁହାଯାଏ ଯେ, ୩୦ବର୍ଷ ଧରି ଅଣ୍ଡାଟି ପଥର ମଧ୍ୟରେ ରହିଥାଏ । ତେବେ ଦୀର୍ଘ ୩୦ ବର୍ଷରେ ଏହା ପରିପକ୍ୱ ହେବା ପରେ ଏହା ଆପେ ଆପେ ବାହାରକୁ ବାହାରି ଶେଷରେ ଭୂମିରେ ଖସି ପଡିଥାଏ। ତେବେ ଏହି ପଥର କିପରି ଅଣ୍ଡା ଦେଉଛି ତାହା କୌଣସି ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ସ୍ପଷ୍ଟିକରଣ ଦେଇନାହାଁନ୍ତି।

ଏହି ପଥରରୁ ବାହାରୁଥିବା ଅଣ୍ଡାକୁ ଲୋକେ ଶୁଭ ବୋଲି ମନେ କରିଥାନ୍ତି। ଯେତେବେଳେ ଅଣ୍ଡାଗୁଡିକ ଖସେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ବାସିନ୍ଦାମାନେ ନିଜକୁ ଭାଗ୍ୟବାନ ଭାବି ତାହାକୁ ଘରକୁ ନେଇ ଯାଇଥାନ୍ତି। ଏବଂ ସେହି ଅଣ୍ଡା ସଦୃଶ ପଥରକୁ ଘରେ ରଖି ପୂଜା କରିଥାନ୍ତି। ସେହି ଗାଁରେ ୧୦୦ରୁ ଅଧିକ ପରିବାର ବାସ କରନ୍ତି ଏବଂ ସେମାନେ ୧୦୦ରୁ ଅଧିକ ପଥର ଅଣ୍ଡା ସଂଗ୍ରହ କରିଥିବା ଜଣାପଡିଛି। ବର୍ଷ ବର୍ଷ ବିତିଯାଇଥିଲେ ବି, ପାଞ୍ଚଶହ ମିଲିୟନ୍ ବର୍ଷର ଏହି ପୁରୁଣା ପଥର ଆଜି ବି ଅଣ୍ଡା ଦେଉଥିବାର ଦେଖିବାକୁ ମିଳୁଛି ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *