ବ୍ରିଟିଶ ଅମଳ ର ପୁରାତନ ଜେଲ କୁ ଜାତୀୟ ସ୍ମୃତି ଦାବିରେ ଭିକ ମାଗି ପ୍ରତିବାଦ

ଦୀର୍ଘ ଦିନ ର ଦାବି ପରେ ମଧ୍ୟ ହୋଇପାରିଲାନି ଦାବି ପୂରଣ । ଦାବି ପୂରଣ ପାଇଁ ଭିକ ମାଗିଲେ ସହିଦ ପରିବାର ର ଦାୟାଦ । ନବରଙ୍ଗପୁର ଟ୍ରେଜେରୀ ନିକଟ ରେ ଥିବା ପୁରାତନ ଜେଲ କୁ ଜାତୀୟ ସ୍ମାରକୀ କରିବା ଦାବି ପୁରଣ ନହେବା ଫଳରେ  ସ୍ୱାଧୀନତା ସଂଗ୍ରାମୀର ଦାୟାଦ ମାନଙ୍କ ତରଫରୁ ଏହାର ରକ୍ଷଣା ବେକ୍ଷଣ ପାଇଁ ଭିକ ମଗାଯାଇଛି । ୧୯୪୨ ସ୍ୱାଧୀନତା ଆନ୍ଦୋଳନ ର ମୁକ ସାକ୍ଷୀ ଥିବା ବ୍ରିଟିଶ ଅମଳ ର ପୁରାତନ ଜେଲ । ୧୯୩୨ ମସିହାରେ ବ୍ରିଟିଶ ମାନଙ୍କ ତରଫରୁ ତିଆରି ହୋଇଥିଲା ।

ଏହି ଜେଲ ରେ ୧୫୮ ଜଣ ସ୍ୱାଧୀନତା ସଂଗ୍ରାମୀ ବନ୍ଦୀ ହୋଇ ରହିଥିଲେ । ସେଥିମଧ୍ୟରୁ ୮ ଜଣ ସହିଦ ହୋଇଥିବା ବେଳେ ଜେଲ ମଧ୍ୟରେ ୪ ଜଣ ଙ୍କୁ ପୋତି ଦିଆଯାଇଛି ।ଏହି ଜେଲ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଅତ୍ୟଧିକ ଅତ୍ୟାଚାର  ହେଉଥିବାରୁ ଏହାକୁ ଯମ କୋଠରୀ କୁହଯାଉଥିଲା । ନବରଙ୍ଗପୁର ରେ ଥିବା ଏହି ଜେଲ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ରୁ ଜରାଜୀର୍ଣ୍ଣ ଅବସ୍ଥା କୁ ଚାଲିଆସିଛି ।   

ଦୀର୍ଘ ଦିନ ଧରି ସ୍ୱାଧୀନତା ଆନ୍ଦୋଳନ ର ମୁକ ସାକ୍ଷୀ ଥିବା ଏହି ଜେଲ କୁ ଜାତୀୟ ସ୍ମାରକୀ ପାଇଁ  ଜିଲ୍ଲା ସହିଦ ସ୍ମୃତି ସଂସଦ ତରଫରୁ ଦାବି କରାଯାଉଥିଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ । ଯାହାର ପ୍ରତିବାଦ ରେ ଆଜି କ୍ରାନ୍ତି ଦିବସ ଅବସରରେ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ର ଦାୟାଦ ମାନେ ଏହାର ରକ୍ଷଣାବେକ୍ଷଣ ପାଇଁ ନବରଙ୍ଗପୁର ସହରରେ ଭିକ ମାଗି ଥିବା ବେଳେ ଆଗାମୀ ଦିନ ରେ ଜିଲ୍ଲାର ପ୍ରତ୍ୟେକ ଗାଁ କୁ ଯାଇ ଭିକ ମଗାଯିବ ବୋଲି ସହିଦ ସ୍ମୃତି ସଂଘ ତରଫରୁ ସୁଚନା ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *